ଆଜିଠୁ ଝାଡଖଣ୍ଡରେ ସୋରେନ ସରକାର, ହେମନ୍ତଙ୍କ ସହ ଶପଥ ନେଲେ ୩ ଜଣ ମନ୍ତ୍ରୀ

Published By : Prameya-News7 Bureau | December 29, 2019 IST

ରାଞ୍ଚି ୨୯।୧୨: ଆଜିଠୁ ଝାଡଖଣ୍ଡରେ ସୋରେନ ସରକାର । ଝାଡଖଣ୍ଡରେ ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ୍ । ରାଜ୍ୟପାଳ ଦୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜେଏମଏମ୍, କଂଗ୍ରେସ, ଆରଜେଡି ମେଣ୍ଟ ଏଠି ସରକାର ଗଢିଛି । ସୋରେନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହିସାବରେ କଂଗ୍ରେସର ଆଲାମଗିରି  ଆଲାମ ଶପଥ ଗ୍ରହଣ କରିଛନ୍ତି । ସେହିପରା ମନ୍ତ୍ରୀ ହିସାବରେ କଂଗ୍ରେସର ରାମେଶ୍ବର ଓରାମ ବି ଶପଥ ନେଇଛନ୍ତି । ଆର୍‌ଜେଡିର ଏକମାତ୍ର ବିଧାୟକ ସତ୍ୟାନନ୍ଦ ଭୋକ୍ତା ଶପଥ ନେଇଛନ୍ତି ।

wp:core-embed/twitter {"url":"https://twitter.com/ANI/status/1211207684277452800","type":"rich","providerNameSlug":"twitter","className":""}
https://twitter.com/ANI/status/1211207684277452800
/wp:core-embed/twitter

ତେବେ ଏହି ଶପଥ ଗ୍ରହଣ ଉତ୍ସବ ପୁଣି ଥରେ ମୋଦି ବିରୋଧୀ ଦଳକୁ ଏକାଠି ହେବା ଲାଗି ମଞ୍ଚ ଯୋଗାଇଛି । ରାଞ୍ଚିର ମରାହାବାଦି ପଡିଆରେ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ , ଡିଏମ୍‌କେ ନେତା ଏମ୍‌.କେ. ଷ୍ଟାଲିନ୍‌ , ଶରଦ ଯାଦବ, ତେଜସ୍ବୀ ଯାଦବ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.