ହେମନ୍ତ ସୋରେନଙ୍କ ବିବାଦୀୟ ବୟାନ- ଆଦିବାସୀ କେବେ ହିନ୍ଦୁ ନଥିଲେ, ନା ଏବେ ଅଛନ୍ତି

Published By : Prameya-News7 Bureau | February 21, 2021 IST

ରାଞ୍ଚି ୨୧।୦୨: ଆଦିବାସୀଙ୍କ ପାଇଁ ଅଲଗା ଧାର୍ମିକ ସଂହିତା  ଉପରେ ଯୁକ୍ତି ରଖି ଆସୁଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଏମିତି ବୟାନ ଦେଇଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ହେମନ୍ତ ସୋରେନ କହିଛନ୍ତି, ଆଦିବାସୀ କେବେ ହିନ୍ଦୁ ନଥିଲେ। କେନ୍ଦ୍ର ସରକାରଙ୍କୁ ଆଗାମୀ ଜନଗଣନାରେ ଆଦିବାସୀଙ୍କ ଗଣନା ପାଇଁ ଏକ ଅଲଗା କଲମ ବ୍ୟବସ୍ଥା କରିବା ଉଚିତ୍ ବୋଲି ସୋରେନ କହିଛନ୍ତି।

ହେମନ୍ତ ସୋରେନଙ୍କ ଏହି ବୟାନ ଶନିବାର ବିଳମ୍ବିତ ରାତ୍ରିରେ ହାଭାର୍ଡ ଇଣ୍ଡିଆ କନଫରେନ୍ସ ସମୟରେ ଆସିଛି। ହେମନ୍ତ ସୋରେନ ଏହି କନଫରେନ୍ସକୁ ଭର୍ଚୁଆଲ ମାଧ୍ୟମରେ ସମ୍ଵୋଧିତ କରୁଥିଲେ। ହାଭାର୍ଡ ବିଜନେସ୍ ସ୍କୁଲ ଓ ହାଭାର୍ଡ କେନେଡି ସ୍କୁଲର ଛାତ୍ର କନଫରେନ୍ସର ଆୟୋଜନ କରିଥିଲେ।  

କନଫରେନ୍ସ ସମୟରେ ଯେବେ ସୋରେନଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ଆଦିବାସୀ ହିନ୍ଦୁ ନୁହନ୍ତି ? ସେ କହିଥିଲେ ଯେ, ଏହା ଉପରେ କୌଣସି ଭ୍ରମ ନାହିଁ। ଆଦିବାସୀ କେବେ ବି ହିନ୍ଦୁ ନଥିଲେ, ନା ଏବେ ସେମାନେ ହିନ୍ଦୁ। ଆଦିବାସୀ ପ୍ରକୃତିର ଉପାସକ। ସେମାନଙ୍କର ରୀତି ନୀତି ମଧ୍ୟ ଭିନ୍ନ। ଦଶନ୍ଧି ଧରି ଆଦିବାସୀ ସମାଜକୁ ଦବାଇ ରଖାଯାଇଛି। କେଉଁଠି ଅଛୁଆଁ ତ କେଉଁଠି ଆଦିବାସୀ ତ କେବେ ଅନ୍ୟ ନଜରରେ ସେମାନଙ୍କୁ ଦେଖାଯାଉଛି।

ତେଣୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନଗଣନାରେ ଆଦିବାସୀଙ୍କ ଅଲଗା ସ୍ତମ୍ଭ ହେବା ଉଚିତ୍। ଝାରଖଣ୍ଡ ବିଧାନସଭା ଗତ ବର୍ଷ ନଭେମ୍ବରରେ ସର୍ବସମ୍ମତିକ୍ରମେ ଏକ ସରନା ଆଦିବାସୀ ଧାର୍ମିକ କୋଡ୍‌ ପ୍ରସ୍ତାବ ପାରିତ କରିଥିଲା। ଜନଗଣନାରେ ଏହାକୁ ସାମିଲ କରାଇବା ପାଇଁ ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.