Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ହେମନ୍ତ ସୋରେନ, ଜାଣନ୍ତୁ କ’ଣ କହିଛନ୍ତି ଗଣମାଧ୍ୟମକୁ

25/12/2019 at 9:07 PM

ନୂଆଦିଲ୍ଲୀ ୨୫।୧୨:  ଝାଡଖଣ୍ଡରେ ଜେଏମଏମ୍-କଂଗ୍ରେସ-ଆରଜେଡିର ବିପୁଳ ବିଜୟ ପରେ ବୁଧବାର ହେମନ୍ତ ସୋରେନ ଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ସେ ୨୯ ଡିସେମ୍ବର ଶପଥପାଠ ଉତ୍ସବରେ ଯୋଗଦେବାକୁ ସୋନିଆ ଓ ରାହୁଲଙ୍କୁ ଆମନ୍ତ୍ରଣ କରିଛନ୍ତି। ତେବେ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେବେ ବୋଲି ସୋନିଆ ହେମନ୍ତଙ୍କୁ ଆଶ୍ୱସ୍ତ କରିଥିବା ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ କହିଛନ୍ତି ହେମନ୍ତ।

ଶପଥ ପାଠ ଉତ୍ସବକୁ ହେମନ୍ତ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିବେ ବୋଲି କହିଛନ୍ତି। ଗତ ମଙ୍ଗଳବାର ରାତିରେ ହେମନ୍ତ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ଲାଗି ତାଙ୍କର ଦାବି ଉପସ୍ଥାପନ କରିଥିଲେ। ଏଥିଲାଗି ହେମନ୍ତଙ୍କ ସହ ଶିବୁ ସୋରେନ, ବାବୁଲାର ମାରାଣ୍ଡିଙ୍କ ସମେତ ୫୦ ବିଧାୟକଙ୍କୁ ନେଇ ରାଜ୍ୟପାଳଙ୍କୁ ଭେଟିଥିଲେ। ଶପଥଗ୍ରହଣ ଉତ୍ସବ ୨୯ ଡିସେମ୍ବର ଦିନ ଗୋଟାଏ ବେଳେ ରାଞ୍ଚୀର ମୋରହାବାଦୀ ମୈଦାନରେ ଅନୁଷ୍ଠିତ ହେବ।

ଗତ ସୋମବାର ନିର୍ବାଚନ ଫଳାଫଳରେ ୮୧ ସଦସୀୟ ବିଧାନସଭାର ୪୭ଟିରେ ବିରୋଧୀ ମେଣ୍ଟ ବିଜୟୀ ହୋଇଛନ୍ତି। ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଥିବାରୁ ଝାରଖଣ୍ଡ ବିକାଶ ମୋର୍ଚ୍ଚା ୩ ବିଧାୟକଙ୍କ ସହ ହେମନ୍ତଙ୍କୁ ନିସର୍ତ୍ତ  ସମର୍ଥନ କରିଥିଲା। ତେବେ କ୍ଷମତାସୀନ ବିଜେପି ମାତ୍ର ୨୫ ସିଟ୍ ରେ ବିଜୟୀ ହୋଇଥିବା ବେଳେ ସହଯୋଗୀ ଆଜସୁ ମେଣ୍ଟରୁ ପୃଥକ ହୋଇ ୫୩ଟି ସିଟ୍‌ରେ ପ୍ରାର୍ଥୀ ଛିଡା କରିଥିଲା। ତେବେ ଭୁଲ ରଣନୀତି ଯୋଗୁ ଆଜସୁକୁ ମାତ୍ର ୨ଟି ସିଟ୍ ମିଳିଥିବା ବେଳେ ବିଜେପି କ୍ଷମତା ହରାଇଛି।

   Related Posts