ନିର୍ବାଚନ ମଇଦାନରେ ହେମାନନ୍ଦଙ୍କ ଦୁଇ ଝିଅ ; ବଡ ବିଜେଡିରୁ ଲୋକସଭା ଏବଂ ସାନ କଂଗ୍ରେସରୁ ବିଧାନସଭା ପ୍ରାର୍ଥୀ

Published By : Prameya-News7 Bureau | March 23, 2019 IST

ସୁନ୍ଦରଗଡ ୨୩।୩: ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଦୁଇ ଝିଅ ଚଳିତ ବର୍ଷ ନିର୍ବାଚନ ଲଢିବାକୁ ଯାଇଛନ୍ତି । ହେମାନନ୍ଦଙ୍କ ବଡ ଝିଅ ସୁନୀତା ବିଶ୍ବାଳ ବିଜେଡି ଟିକେଟରେ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚନ ଲଢିବେ । ଅନ୍ୟପଟେ ସାନ ଝିଅ ଅମିତା ବିଶ୍ବାଳ କଂଗ୍ରେସ ଟିକେଟରେ ସୁନ୍ଦରଗଡ ବିଧାନସଭା ଆସନରୁ ନିର୍ବାଚନ ଲଢିବେ ।

ପୂର୍ବରୁ ଏହି ଦୁଇ ଭଉଣୀ କେବେ ବି କୌଣସି ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିନାହାନ୍ତି । ଚଳିତ ବର୍ଷ ପ୍ରଥମଥର ଲାଗି ନିର୍ବାଚନ ଲଢିବାକୁ ଯାଉଛନ୍ତି । ଯେହେତୁ ଏଥର ଦୁଇ ଭଉଣୀ ପ୍ରାର୍ଥୀ ହୋଇଛନ୍ତି ତେବେ ଲଢେଇ ପୁରା ଜୋରଦାର ହେବ ବୋଲି ଆଶା କରାଯାଉଛି। ସୁନୀତା ବିଶ୍ବାଳ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୦୧୪ ଲୋକସଭା ନିର୍ବାଚନରେ ହେମାନନ୍ଦ ବିଶ୍ବାଳ ସୁନ୍ଦରଗଡ ଆସନରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଥିଲେ । ମାତ୍ର ସେ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ସେ ସେଠାରୁ ବିଜୟୀ ହୋଇଥିଲେ। ବର୍ତ୍ତମାନ ତାଙ୍କର ଦୁଇ ଝିଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଆଗାମୀ ଦିନରେ ଜଣାପଡିବ କାହାକୁ ସୁନ୍ଦରଗବାସୀ ବାଛୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.