Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବିଜେଡିରେ ମିଶିଲେ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା

9/03/2019 at 11:18 AM

ଭୁବନେଶ୍ବର ୯|୩ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ସୁନୀତା ।

ସୁନୀତା ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ଥିଲେ । ଏପରିକି ଅଖିଳ ଭାରତ କଂଗ୍ରେସର ନିର୍ବାଚନ କମିଟିକୁ ସୁପାରିଶ କରାଯାଇଥିବା ସମ୍ଭାବ୍ୟ ତାଲିକାରେ ସୁନୀତା ବିଶ୍ବାଳଙ୍କ ନାଁ ମଧ୍ୟ ଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଝାରସୁଗୁଡା ଜିଲ୍ଲାର ତତ୍କାଳୀନ ଲଇକେରା ନିର୍ବାନମଣଡଳିରୁ ନିର୍ବାଚିତ ହୋଇ ଆସୁଥିଲେ । ତେବେ ନିର୍ବାଚନମଣ୍ଡଳି ପୁନର୍ଗଠନ ପରେ ଲଇକେରା ନିର୍ବାଚନମଣ୍ଡଳି ଝାରସୁଗୁଡା ଏବଂ କୁଚିଣ୍ଡା ନିର୍ବାଚନମଣ୍ଡଳିରେ ସମ୍ମିଶ୍ରଣ ହେବା ପରେ ହେମାନନ୍ଦ ବିଶ୍ବାଳ ସୁନ୍ଦରଗଡ ଲୋକସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇଥିଲେ । ଉତ୍ତରାଧୀକାର ସୂତ୍ରରେ ସୁନୀତା ସୁନ୍ଦରଗଡ ନିର୍ବାଚନମଣ୍ଡଳିରେ ନିଜ ସଂଗଠନ ଚଳାଇଛନ୍ତି ।

ତେବେ ସେ ବିଜେଡିକୁ ଯିବା ପଛରେ ଗୋଟିଏ କାରଣ ହେଲା ସେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଚାହୁଁଥିବାବେଳେ ତାଙ୍କୁ ସୁନ୍ଦରଗଡ ବିଧାନସଭା ଆସନରୁ ପ୍ରାର୍ଥୀ କରିବା ପାଇଁ ଦଳ ଚିନ୍ତା କରିଥିଲା । ସୁନ୍ଦରଗଡ ଲୋକସଭା ଆସନରୁ ଜର୍ଜ ତିର୍କୀ ପ୍ରାର୍ଥୀ ହେବା ଆପାତତଃ ସ୍ଥିର ହୋଇଥିଲା । ସୁନୀତା ବିଜେଡିରେ ଯୋଗ ଦେବା ପରେ ସୁନ୍ଦରଗଡ ବିଜେଡିରେ ପୁଣି ଅସନ୍ତୋଷର ନିଆଁ ଜଳିବ । ଯୋଗେଶ ସିଂ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ତେବେ ତାଙ୍କୁ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷା କରି ତାଙ୍କୁ ଶାନ୍ତ କରିବା ପାଇଁ ଦଳ ଉଦ୍ୟମ କରିଥିଲା । ତେବେ ଏଥିରେ ମଧ୍ୟ କୁସୁମ ସନ୍ତୁଷ୍ଟ ହୋଇନଥିବା ଆଲୋଚନା ହେଉଛି । ସୁନୀତାଙ୍କୁ ବିଜେଡି ନିଜ ଦଳରେ ସାମିଲ କରିବା ପଛରେ ସୁନ୍ଦରଗଡର ସମ୍ପୂର୍ଣ୍ଣ କଂଗ୍ରେସ ସଂଗଠନ ନିଜ ଅକ୍ତିଆରକୁ ଆଣିବା ସହ ଭୂୟାଁ ଜାତି କାର୍ଡ ଖେଳି ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ସ୍ବାର୍ଥ ରହିଛି ବୋଲି ଆଲୋଚନା ହେଉଛି ।  

   Related Posts