Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

କଂଗ୍ରେସ ବିପର୍ଯ୍ୟୟ: କଂଗ୍ରେସ ବିଜେଡିର ବି ଟିମ, ଏହି ଧାରଣା ନ ବଦଳାଇ ପାରିବାରୁ କଂଗ୍ରେସର ବିପର୍ଯ୍ୟୟ ହେଲା ! ହେମାନନ୍ଦ-ଜର୍ଜ ତିର୍କୀ ବି ମୁହାଁମୁହିଁ

1/06/2019 at 11:53 AM

ଭୁବନେଶ୍ବର୩୧।୫: ରାଜ୍ୟରେ କଂଗ୍ରେସରେ ବିପର୍ଯ୍ୟୟ ନେଇ ପ୍ରତିଦିନ ଜଣକ ପରେ ଜଣେ ନେତା ବରିଷ୍ଠ ନେତାଙ୍କୁ ଟାର୍ଗେଟ କରିଛନ୍ତି।  କାଲି ପ୍ରାର୍ଥୀମାନେ ଦଳୀୟ କର୍ମୀଙ୍କ ଉପରେ ଦୋଷ ଲଦିଥିଲା ବେଳେ ଜର୍ଜ ତିର୍କୀ ହାରିବା ପାଇଁ ସିଧା ହେମାନନ୍ଦଙ୍କୁ ଟାର୍ଗେଟ କରିଥିଲେ। ହେମାନନ୍ଦ ଆଜି ଏହାର ଜବାବ ଦେଇଛନ୍ତି। ଏପଟେ ଦଳରୁ ବହିଷ୍କୃତ ଶ୍ରୀକାନ୍ତ ଜେନା ପୁଣି ନିରଞ୍ଜନକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ବିଜେଡିର ବି ଟିମ, ଏହି ଧାରଣା ନ ବଦଳାଇ ପାରିବାରୁ କଂଗ୍ରେସର ବିପର୍ଯୟ ହେଲାବୋଲି  କହିଛନ୍ତି ।

କଂଗ୍ରେସର ବିପର୍ଯୟ ପାଇଁ ପିସିସିର ଶୀର୍ଷ ନେତୃତ୍ବ ଦାୟୀ । ସିଧା ନାଁ  କହିନଥିଲେ ବି ପରୋକ୍ଷରେ ହେମାନନ୍ଦ ବିଶ୍ବାଳଙ୍କୁ ଟାର୍ଗେଟ କରିଥିଲେ ଜର୍ଜ ତିର୍କୀ । ଆଉ ଏହାର ଜବାବ ଦେଇଛନ୍ତି ହେମାନନ୍ଦ । ଜର୍ଜ ତିର୍କୀ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ । ତା ପରେ ନିଜକୁ ବଡ ନେତା ବୋଲି ଭାବିଲେ । ତାପରେ ତାଙ୍କର ଦେଖା ନଥିଲା । ହାରିବା ପରେ ଅନେକ  ଏମିତି କଥା କହୁନ୍ତି ବୋଲି କହିଛନ୍ତି ହେମାନନ୍ଦ ବିଶ୍ବାଳ ।

ଏପଟେ କଂଗ୍ରେସରୁ ବହିଷ୍କୃତ ଶ୍ରୀକାନ୍ତ ଜେନା ପୁଣି ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିଜେଡିର ବି ଟିମ କଂଗ୍ରେସ। ଏହି ଧାରଣକୁ କଂଗ୍ରେସ ଲୋକଙ୍କ ଠାରୁ ଦୂରେଇ ପାରିଲାନି । ସେଥିପାଇଁ କଂଗ୍ରେସ ଲୋକ ବିଜେପିକୁ ଭୋଟ ଦେଲେ । କେବଳ ଟଙ୍କା ଥିଲେ ନିର୍ବାଚନ ଜିତି ହେବ ବୋଲି କଂଗ୍ରେସ ନେତା ଭାବିଲେ  । ଯେଉଁଥିପାଇଁ କଂଗ୍ରେସର ଏଭଳ ଅବସ୍ଥା ହେଲା ବୋଲି ଶ୍ରୀକାନ୍ତ ଜେନା ଅଭିଯୋଗ କରିଛନ୍ତି ।

କଂଗ୍ରେସ ବିପର୍ଯ୍ୟୟ ପାଇଁ କାଲି ଦୁଇ ଘଣ୍ଟା କାଳ ମାନସ ମନ୍ଥନ ପରେ ନିରଞ୍ଜନ ବିରୋଧୀଙ୍କୁ  ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି।  ହାରିବା ପରେ ଅନେକ ନେତା ଏଭଳି ଅବାନ୍ତର ଅଭିଯୋଗ କରନ୍ତି ବୋଲି ସେ କହିଛନ୍ତି । ଯେଉଁମାନେ ଦଳ ଦ୍ରୋହୀ କାମ କରିଛନ୍ତି ଖୁବ ଶିଘ୍ର ସେମାନଙ୍କ ଉପରେ ଆକ୍ସନ ନିଆଯିବ ବୋଲି ନିରଞ୍ଜନ କହିଛନ୍ତି । ଏହାସହ କଂଗ୍ରେସକୁ ଦୃଢ଼ କରିବା ପାଇଁ ଶିଘ୍ର ପିସିସି କମିଟି ପୁନଃ ଗଠନ କରାଯିବ। ପୁରୁଣା ଓ ଡେଡିକେଟେଡ ସିପାହୀଙ୍କୁ  ନେଇ କଂଗ୍ରେସ କାମ କରିବ ।

ଦଳ ଦ୍ରୋହୀଙ୍କୁ ନେଇ କଂଗ୍ରେସରେ ବଢୁଛି ଟେନସନ।ଉପରୁ ତଳସ୍ତର ପର୍ଯ୍ୟନ୍ତ ନେତା ଓ କର୍ମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସାଥ ଦେଇନାହାନ୍ତି।  ଏବେ ସେମାନଙ୍କୁ କଢାଯିବ ନା ରଖାଯିବ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଦଳ ମୁଖିଆ।

   Related Posts