Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭୋଟ ରାଜନୀତି : ଫସଲ କାଟିବା ପରେ ଟ୍ରାକ୍ଟର ଚଲାଇଲେ ହେମା ମାଳିନୀ

5/04/2019 at 3:13 PM

ମଥୁରା ୫/୪ : ଲୋକସଭା ନିର୍ବାଚନ ପାଇଁ ସବୁ ଦଳର ନେତା ନିର୍ବାଚନୀ ମୈଦାନରେ ନିଜର ଦବଦବା ଆରମ୍ଭ କରିଦେଇଛନ୍ତି | ପ୍ରାର୍ଥୀ ନୂଆ ନୂଆ ତରିକାରେ ପ୍ରଚାର କରୁଛନ୍ତି ଏବଂ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି | ତେବେ ବିଜେପି ପ୍ରାର୍ଥୀ ହେମା ମାଳିନୀ ମଧ୍ୟରେ ପଛରେ ନାହାନ୍ତି | ମଥୁରା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀ ଭୋଟରଙ୍କୁ ନିଜ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ତରିକା ଅବଲମ୍ବନ କରୁଛନ୍ତି | ନିକଟରେ ହେମା ମଥୁରା ମାଂଟରେ ପହଂଚିଥିଲେ | ସେ ଏକ ବିଲରେ ଟ୍ରାକ୍ଟର ଚଳାଇଥିଲେ ଏବଂ ବିଜେପିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଅପିଲ କରିଥିଲେ |


ଏହାସହ ହେମା ଆଳୁ ଚାଷ ହୋଇଥିବା ବିଲରୁ ଆଳୁ ଟେକି ନେଇ ସୁରକ୍ଷିତ ସ୍ଥାନରେ ରଖିଥିଲେ | ନିର୍ବାଚନ ଜିତିବା ପରେ ସେ ଚାଷୀଙ୍କୁ ଆଳୁର ସଠିକ ମୂଲ୍ୟ ଦେବା ପାଇଁ ସରକାରଙ୍କ ସହିତ କଥା ହେବେ ବୋଲି କହିଥିଲେ | ଡ୍ରିମ ଗାର୍ଲ ହେମା ମାଳିନୀଙ୍କ ଏକ ଝଲକ ପାଇବା ପାଇଁ ମଥୁରାରେ ଲୋକଙ୍କ ଭିଡ ଜମିଥିଲା | ସେଠାରେ ଲୋକେ ହେମା ମାଳିନୀ ଟ୍ରାକ୍ଟର ଚଳାଉଥିବା ଫଟୋ ଉଠାଇଥିଲେ | ହେମାଙ୍କ ଟ୍ରାକ୍ଟର ଚଳାଉଥିବା ଫଟୋ ତାଙ୍କ ଝିଅ ଇଶା ଦେଓଲ ମଧ୍ୟ ସେୟାର କରିଛନ୍ତି | ଫଟୋ ସହିତ ସେ ଏକ କ୍ୟାପସନ ମଧ୍ୟ ଲେଖିଥିଲେ | ସେ କହିଛନ୍ତି ବସନ୍ତୀ ଏବେ ଆଗକୁ ବଢୁଛି | ଦିନ ଥିଲା ବସନ୍ତୀ ଶଗଡ଼ ଚଳାଉଥିଲା କିନ୍ତୁ ଆଜି ଟ୍ରାକ୍ଟର ଚଳାଉଛି |


ସୂଚନାଯୋଗ୍ୟ ଯେ, ମଥୁରା ଲୋକସଭା ଆସନରୁ ନିର୍ବାଚନ ନିର୍ବାଚନ ଲଢ଼ୁଥିବା ହେମା ମାଳିନୀ ଲଗାତାର ଲୋକଙ୍କ ପାଖକୁ ଯାଉଛନ୍ତି ଏବଂ ପୁରା ଦମରେ ପ୍ରଚାର କରୁଛନ୍ତି | କିଛି ଦିନ ପୂର୍ବରୁ ହେମା ଫସଲ କାଟୁଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଫସଲ କାଟୁଥିବା ଫଟୋକୁ ନେଇ ହେମାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରଲ କରାଯାଇଥିଲା |

   Related Posts