ଡ୍ରିମ ଗର୍ଲ ହେମା ମାଳୀନିଙ୍କ ଜୀବନୀ ପୁସ୍ତକରେ ରାଜେଶ ଖନ୍ନାଙ୍କ ସହ ସମ୍ପର୍କ ନେଇ ଖୋଲିଲା ରାଜ
16/10/2019 at 10:14 AM

ମୁମ୍ବାଇ୧୬|୧୦: ବଲିଉଡର ପ୍ରକ୍ଷାତ ଅଭିନେତ୍ରୀ ହେମା ମାଳୀନିଙ୍କର ଆଜି ଜନ୍ମଦିନ। ସମଗ୍ର ଇଣ୍ଡଷ୍ଟ୍ରିରେ ଡ୍ରିମ ଗର୍ଲ ଭାବେ ହେମା ପରିଚିତ।୧୯୪୮ ମସିହା ଅକ୍ଟୋବର ମାସ ୧୬ ତାରିକରେ ହେମାଙ୍କର ଜନ୍ମ ହୋଇଥିଲା। ବୟସ ବଢିବା ସହ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ବଢୁଛି। ଆଜି ୭୧ ବର୍ଷ ବୟସରେ ମଧ୍ୟ ସେ ସେମିତି ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟ ସମଗ୍ର ବିଶ୍ବରେ ଚର୍ଚ୍ଚିତ। ହେମାଙ୍କ ଜୀବନୀ ପୁସ୍ତକରେ ଭାରତୀୟ ସିନେମାର ସୁପରଷ୍ଟାର କାକା ତଥା ବରିଷ୍ଠ ଅଭିନେତା ରାଜେଶ ଖନ୍ନାଙ୍କ ବିଷୟରେ ଏକ ରହସ୍ୟ ଖୋଲିଛନ୍ତି।

ରିପୋର୍ଟ ଅନୁସାରେ ହେମା ମାଳୀନିଙ୍କ ଜୀବନୀ ପୁସ୍ତକରେ ରାଜେଶ ଖନ୍ନାଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଛି। ହେମାଙ୍କ ଅନୁସାରେ ରାଜେଶ ଖନ୍ନାଙ୍କର ବ୍ୟାବହାର ଟିକେ ଅଲଗା ଥିଲା। ଯେତେବେଳେ ଉଭୟ ଏକା ସହ କାମ କରୁଥିଲେ ରାଜେଶ ସବୁବେଳେ ନିଜ ଷ୍ଟାରଡମ୍ ମେଣ୍ଟେନ କରୁଥିଲେ।

ସେଟ୍କୁ ସବୁବେଳେ ନିଜ ଇଚ୍ଛାରେ ଆସୁଥିଲେ। ନିର୍ଦ୍ଧାରିତ ସମୟରେ କେବେ ସେ ଶୁଟିଂ ଲୋକେଶନକୁ ପହଞ୍ଚୁନଥିଲେ। ସବୁବେଳେ ଲେଟ ଆସୁଥିଲେ। ସେଟ୍ରେ ମଧ୍ୟ ସେ ସମସ୍ତଙ୍କ ସହ ବହୁତ ଅନ୍ଅଫିସିଆଲ ବ୍ୟବହାର କରୁଥିଲେ।

ହେମା ମାଳୀନିଙ୍କ ଜୀବନୀ ପୁସ୍ତକ ବିୟଣ୍ଡ ଦ ଡ୍ରିମ୍ସ କିଛି ଦିନ ପୂର୍ବରୁ ରିଲିଜ ହୋଇଛି। ଏହି ପୁସ୍ତକକୁ ଫେମସ ମ୍ୟାଗାଜିନର ପୂର୍ବତନ ଏଡିଟର ଓ ପ୍ରଯୋଜକ ରାମ କମଲ ମୁଖର୍ଜ୍ଜି ଲେଖିଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଦୀପିକା ପାଦୁକୋନ ହେମାଙ୍କ ଜୀବନୀ ପୁସ୍ତକ ଲଂଚ କରିଥିଲେ। ଏହି ପୁସ୍ତକକୁ ହାର୍ପର କଲିନ୍ସ ପବ୍ଲିସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ହେମା ନିଜ ମନର କଥା ପ୍ରକାଶ କରିଥିଲେ।

ହେମା କହିଛନ୍ତି ଯେ, ସେ ଜାଣିନାହାନ୍ତି ଯେ, ରାଜେଶ ଖନ୍ନାଙ୍କ ସହ ମାମଲା କଣ ଥିଲା ହେଲେ କିଛି ତ ଏମିତି ଥିଲା ଯାହା ତାଙ୍କୁ ପସନ୍ଦ ନଥିଲା। ପ୍ରଥମେ ପ୍ରଥମେ ରାଜେଶ ତାଙ୍କ ସହ ବହୁତ ଅଦ୍ଭୁତ ବ୍ୟବହାର କରୁଥିଲେ। ହେମା କହିଛନ୍ତି ଯେ, ଅବଶ୍ୟ ରାଜେଶ ସେହି ସମୟର ସୁପରଷ୍ଟାର ଥିଲେ, ତାଙ୍କ ଉପରେ ଅନେକ ଝିଅ ଫିଦା ଥିଲେ କିନ୍ତୁ ସେ କୋ ଷ୍ଟାର ଭାବେ ତାଙ୍କୁ ଜମା ଗୁରୁତ୍ବ ଦେଉଥିଲେ।

ରାଜେଶ ନିଜକୁ ନେଇ ବହୁତ ଗର୍ବ କରୁଥିଲେ ଯାହା ହେମାଙ୍କୁ ପସନ୍ଦ ନଥିଲା। ଏହା ପରେ ମଧ୍ୟ ହେମା ଓ ରାଜେଶ ଏକା ସହ ୧୩ଟି ଫିଲ୍ମ କରିଛନ୍ତି। ଏହି ଫିଲ୍ମ ଗୁଡିକ ସୁପରହିଟ୍ ହୋଇଥିଲା। ହେଲେ ସବୁ ଫିଲ୍ମ ମଧ୍ୟରୁ ପ୍ରେମ ନଗର ବ୍ଲକବଷ୍ଟ ହିଟ୍ ହୋଇଥିଲା।