ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଡ୍ରିମ୍ ଗାର୍ଲ ହେମା ମାଳିନୀ କରୋନା ପଜିଟିଭ୍ : ଭିଡିଓ ସେୟାର କରି ହେମା କହିଲେ…
12/07/2020 at 1:11 PM

ମୁମ୍ବାଇ ୧୨/୦୭ : ସାରା ଦେଶରେ ଲଗାତାର କରୋନା ମାମଲା ବିଧି ବଢି ଚାଲିଛି | ଫିଲ୍ମ ଇଣ୍ଡଷ୍ଟ୍ରିରୁ ଚକିତ କଲା ଭଳି ଖବର ଆସିଛି | ଗତକାଲି ରାତିରେ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାପରେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ରବିବାର ସକାଳୁ ଅନୁପମ ଖେରଙ୍କ ମା’, ଭାଇ, ଭାଉଜ ଓ ଝିଆରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି | ସୋସିଆଲ ମିଡ଼ିଆରେ ଅନ୍ୟ ବଲିଉଡ ସେଲିବ୍ରିଟି କରୋନା ସଂକ୍ରମଣର ଶିକାର ହୋଇଥିବା ମିଛ ଖବର ଭାଇରାଲ ହେଉଛି | ଏହି ତାଲିକାରେ ଡ୍ରିମଗାର୍ଲ ହେମା ମାଳିନୀଙ୍କ ନାଁ ମଧ୍ୟ ସାମିଲ ହୋଇଛି | ଏ ସମ୍ପର୍କରେ ଏକ ଭିଡିଓ ଜାରି କରି ସେ ସୂଚନା ଦେଇଛନ୍ତି |
ହେମା ମାଳିନୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଖବର ଭାଇରାଲ ହେବାପରେ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ଏହାକୁ ମିଛ ବୋଲି କହିଛନ୍ତି | ଏହି ମାମଲାରେ ନିଜେ ହେମା ମାଳିନୀ ମଧ୍ୟ ସାମ୍ନାକୁ ଆସି ଜବାବ ଦେଇଛନ୍ତି | ସେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ‘ରାଧେ ରାଧେ…କିଛି ଲୋକ କିଛି ମିଛ ଖବର ଶୁଣି ବହୁତ ଚିନ୍ତିତ ହୋଇପଡିଛନ୍ତି | କିନ୍ତୁ ସେମିତି କିଛି ନୁହେଁ, ମୁଁ ପୁରା ଭଲ ଅଛି |’

ଏହା ପୂର୍ବରୁ ହେମାଙ୍କ ଝିଅ ଇଶା ଦେଓଲ ନିଜ ଇନ୍ସଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ତାଙ୍କ ମା’ ସମ୍ପୂର୍ଣ ସୁସ୍ଥ ଅଛନ୍ତି | ତାଙ୍କ ସ୍ୱାସ୍ଥ୍ୟ ନେଇ ଭାଇରାଲ ହେଉଥିବା ଖବର ସମ୍ପୂର୍ଣ ମିଥ୍ୟା | ଏହି ମିଥ୍ୟା ଖବର ଉପରେ ବିଶ୍ୱାସ ନ କରିବାକୁ ସେ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ |