ବର୍ଷ ବର୍ଷ ଧରି ଏହି ଫଟୋ ଖୋଜୁଥିଲେ ଡ୍ରିମ୍‌ ଗାର୍ଲ, ମିଳିବା ପରେ ଇନ୍‌ଷ୍ଟାଗ୍ରାମରେ କଲେ ସେୟାର

Published By : Prameya-News7 Bureau | November 07, 2020 IST

wp:html

ମୁମ୍ବାଇ ୭/୧୧: ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ତଥା ବରିଷ୍ଠ ଅଭିନେତ୍ରୀ ହେମା ମାଳିନୀ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋଟି ଦର୍ଶକମାନଙ୍କ ପାଇଁ ସାଧାରଣ ହୋଇପାରେ କିନ୍ତୁ ଅଭିନେତ୍ରୀ ଏହି ଫଟୋକୁ ପାଇବାକୁ ବହୁ ବର୍ଷ ହେଲା ଖୋଜୁଥିଲେ । ଶେଷରେ ଏହି ଫଟୋ ପାଇବା ପରେ ଖୁସି ହୋଇ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଅଭିନେତ୍ରୀ। ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ଏଭଳି ଫଟୋସୁଟ୍‌ କରିଥିଲେ ହେମା ମାଳିନୀ।

/wp:html

ହେମା ମାଳିନୀ ଫଟୋ ସେୟାର କରି ଲେଖିଛନ୍ତି, ‘ଏହି ଫଟୋ କୁ ବହୁ ବର୍ଷ ହେଲା ଖୋଜୁଥିଲି। ଏହି ଫଟୋସୁଟ୍‌ ବିଶେଷ କରି ତାମିଲ୍‌ ମ୍ୟାଗାଜିନ୍‌ ପାଇଁ କରାଯାଇଥିଲା।  ସପ୍ନୋ କେ ସୌଦାଗର ଫିଲ୍ମ​‌ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ଏଭିଏମ୍‌ ଷ୍ଟୁଡିଓରେ ଏହି ଫଟୋସୁଟ୍‌ ହୋଇଥିଲା। ମୁଁ ସେତେବେଳେ ୧୪-୧୫ ବର୍ଷର ହୋଇଥିଲି। ମୁଁ ମୋ ବାୟୋଗ୍ରାଫିରେ ଏହି ଫଟୋ ଯୋଡ଼ିବାକୁ ଚାହୁଁଥିଲି କିନ୍ତୁ ଫଟୋଟି  ମିଳିନଥିଲା। ମୋତେ ଖୁସି ଲାଗୁଛି ଫଟୋ ଟି ମିଳିଲା । ସେଥିପାଇଁ ମୁଁ ଆପଣମାନଙ୍କ ସହ ସେୟାର କରୁଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.