Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶୋଇଲାବେଳେ ପ୍ରତିଦିନ କେହି ଜଣେ ହେମା ମାଳିନୀଙ୍କ ତଣ୍ଟି ଚିପି ଦେଉଥିଲା: ନିଜେ ବଖାଣିଲେ ‘ହଣ୍ଟେଡ୍ ହାଉସ୍’ କାହାଣୀ

16/09/2021 at 9:41 PM

ମୁମ୍ବାଇ ୧୬/୦୯ : ଅଭିନେତ୍ରୀ ହେମା ମାଳିନୀ ଯେତେବେଳେ ନୂଆ ନୂଆ ଇଣ୍ଡଷ୍ଟ୍ରିକୁ ଆସିଥିଲେ, ଅଜାଣତରେ ଏକ ‘ହଣ୍ଟେଡ ହାଉସ’କୁ ସିଫ୍ଟ ହୋଇଯାଇଥିଲେ। ଏକ ସାକ୍ଷାତକାରରେ ସେ ନିଜେ ଏ ସମ୍ପର୍କରେ ଖୁଲାସା କରିଛନ୍ତି। ବଲିଉଡରେ ଡେବ୍ୟୁ ପରେ ହେମା ମାଳିନୀ ମୁମ୍ବାଇରେ ନିଜ ପିତାମାତାଙ୍କ ସହ ରହୁଥିଲେ। ସେତେବେଳେ ସେ ଏକ ନୂଆ ଘରକୁ ସ୍ଥାନାନ୍ତର ହୋଇଥିଲେ। ସେହି ଘରେ ପ୍ରତିଦିନ ରାତିରେ ତାଙ୍କୁ ଭୟାନକ ଅନୁଭୂତ ହେଉଥିଲା। ହେମା ମାଳିନୀଙ୍କ ସହ ଅଜବ ଅଜବ ଜିନିଷ ହେଉଥିଲା ଯାହା ତାଙ୍କ ମା’ ମଧ୍ୟ ନୋଟିସ କରିଥିଲେ।

୨୦୧୮ରେ ଏକ ସାକ୍ଷାତକାରରେ ହେମା ମାଳିନୀ କହିଥିଲେ ଯେ ପ୍ରତିଦିନ ରାତିରେ ଶୋଇଲା ବେଳେ ସେ ଅନୁଭବ କରୁଥିଲେ ଯେ କେହି ଜଣେ ତାଙ୍କ ତଣ୍ଟି ଚିପି ଦେଉଛି। ସେତେବେଳେ ସେ ନିଜ ମା’ଙ୍କ ସହ ଶୋଉଥିଲେ। ସୁବୋଧ ମୁଖାର୍ଜୀ ଯେତେବେଳେ ତାଙ୍କୁ ଅଭିନେତ୍ରୀ ଫିଲ୍ମ ପାଇଁ ସାଇନ କରିଥିଲେ, ସେତେବେଳେ ସପନୋ କେ ସୌଦାଗରର ଶୁଟିଂ ଚାଲିଥିଲା। ସେତେବେଳେ ସେ ଅନନ୍ତସ୍ବାମୀଙ୍କ ଘରୁ ବାନ୍ଦ୍ରାର ମାନବେନ୍ଦ୍ର ଆପାର୍ଟମେଣ୍ଟକୁ ସ୍ଥାନାନ୍ତର ହୋଇଥିଲେ। ଏହା ଏକ ଛୋଟ ଫ୍ଲାଟ ଥିଲା। ଭାନୁ ଅଥେୟା ଏଠାକୁ ଡ୍ରେସ ଟ୍ରାଏଲ ପାଇଁ ଆସୁଥିଲେ। ତାପରେ ସେ ଜୁହୁର ଏକ ବଙ୍ଗଳାକୁ ସ୍ଥାନାନ୍ତର ହୋଇଥିଲେ। ଏହି ଘର ହଣ୍ଟେଡ ଥିଲା।

ସେ କହିଛନ୍ତି ପ୍ରତିଦିନ ରାତିରେ କେହି ତାଙ୍କ ତଣ୍ଟି ଚିପିଲା ଭଳି ତାଙ୍କୁ ଅନୁଭୂତ ହେଉଥିଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ସେ ନିଜ ମା’ଙ୍କ ସହ ଶୋଉଥିଲେ। ଶୋଇବା ସମୟରେ ସେ ଛଟପଟ ହେଉଥିଲେ ତାହା ତାଙ୍କ ମା’ ମଧ୍ୟ ଅନୁଭବ କରିଥିଲେ। ଥରେ କି ଦୁଇଥର ନୁହେଁ, ପ୍ରତିଦିନ ରାତିରେ ତାଙ୍କ ସହ ଏହି ଘଟଣା ଘଟୁଥିଲା। ତାପରେ ସେ ନିଜର ଆପାର୍ଟମେଣ୍ଟ କିଣିବାକୁ ନିଷ୍ପତ୍ତି ନେଇଥିଲେ।

   Related Posts