ଲାକମେ ଫ୍ୟାଶନ ଓ୍ବିକ୍ ୨୦୧୮ରେ ହେମା ମାଳିନୀ ଏବଂ ଈଶା ଦେଓ୍ବଲ କଲେ ରାମ୍ପ୍ ଓ୍ବାକ୍
27/08/2018 at 7:03 AM

ମୁମ୍ବାଇ ୨୭/୮: ଗତ ଲାକମେ ଫ୍ୟାଶନ୍ ଓ୍ବିକ୍ ୨୦୧୮ରେ ହେମା ମାଳିନୀ ଏବଂ ଈଶା ଦେଓ୍ବଲ ପାରମ୍ପରିକ ପୋଷାକ ପିନ୍ଧି ରାମ୍ପ୍ ଓ୍ବାକ୍ କରି ଦର୍ଶକଙ୍କ ମନ ମୋହି ନେଇଥିଲେ। ମା’ ଏବଂ ଝିଅ ଡିଜାଇନର ସଂଯୁକ୍ତା ଦତ୍ତଙ୍କ ଦ୍ବାରା ପ୍ରସ୍ତୁତ ଶାଢ଼ୀ ପିନ୍ଧି ଷ୍ଟେଜରେ ଚାଲିଥିଲେ। ଈଶାଙ୍କ କହିବା ଅନୁସାରେ ହେମା ତାଙ୍କ ପାଇଁ ସବୁଠାରୁ କମ୍ଫର୍ଟେବଲ ପାର୍ଟନର୍ ଭାବେ ଷ୍ଟେଜ୍ ଆପିଏରାନ୍ସରେ ପ୍ରମାଣିତ ହୋଇପାରିଥିଲେ।
ଈଶା ପିଙ୍କ୍ ବ୍ଲାଉଜ୍ ସହ ଧଳା ରଙ୍ଗର ସ୍କାର୍ଟ ପିନ୍ଧିଥିବାବେଳେ ହେମା ମଲ୍ଟିକଲର ସିଲ୍କ ଶାଢ଼ୀ ସହିତ ପାରମ୍ପରିକ ଚୁଡ଼ି,କମରବନ୍ଧ ଏବଂ ଇୟର ରିଙ୍ଗ ପିନ୍ଧିଥିଲେ।