Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନାବାଳିକାଙ୍କୁ ଉଦ୍ଧାର କରିବ ‘ପ୍ରାରମ୍ଭ’, କମିଶନରେଟ୍ ପୋଲିସ ଜାରି ହେଲା ହେଲ୍ପଲାଇନ୍ ନମ୍ୱର

18/10/2021 at 3:08 PM

ୁବନେଶ୍ୱର ୧୮/୧୦: କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା । ଅପହରଣ ହେଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ ଏହି ଯୋଜନା । ପ୍ରତିବର୍ଷ ବର୍ଷ ଭୁବନେଶ୍ୱରରେ ୩ ଶହରୁ ୩୫୦ ଅପହରଣ ମାମଲା ରୁଜୁ ହୋଉଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଆରମ୍ଭ କରିଛି ପ୍ରାରମ୍ଭ ଯୋଜନା ।
ଅଧିକାଂଶ ଘଟଣାରେ ଦେଖିବାକୁ ମିଳୁଛି, ବିବାହ ପ୍ରଲୋଭନ ଦେଖାଇ ନାବାଳିକା ମାନଙ୍କୁ ଅପହରଣ କରାଯାଉଛି । ଯାହାକି ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଛି । ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ ଦ୍ୱାରା ଟ୍ଵିନସିଟିରୁ ୨୪୧ ଜଣ ନାବାଳିକା ଉଦ୍ଧାର କରାଯାଇଥିଲା । ୨୯୫ ଅପହରଣ ଅଭିଯୋଗ ତଦନ୍ତ ଶେଷ କରିଥିଲୁ । ତଥାପି ଆଉ କିଛି ବାକି ରହିଛି ।

ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ଲୋକଙ୍କୁ ସଚେତନ କରିବୁ । ଦରକାର ପଡିଲେ ସ୍କୁଲ ଓ କଲେଜ ମାନଙ୍କରେ କର୍ମଶାଳା କରାଯିବ । ଆହୁରି ମଧ୍ୟ ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ କରିବା ପାଇଁ ପୋଲିସ ଜାରି ହେଲ୍ପ ଲାଇନ ନମ୍ବର ୨୫୪୫୪୪୫ ଜାରି କରିଛି । ଯିଏ ଚାହିଁବ ଏହି ନମ୍ୱରରେ ଯୋଗାଯୋଗ କରି ପାରିବେ । କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ ।

   Related Posts