Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜେଜେମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଥିଲେ ନାତୁଣୀ, ଅନ୍ତିମସଂସ୍କାର ପାଇଁ ଆଗେଇ ଆସିଲେ ସମାଜସେବୀ ମହାସଂଘ

18/06/2021 at 11:05 AM

ଭଦ୍ରକ ୧୮।୬: ଅସହାୟ ବୃଦ୍ଧାଙ୍କ ଅନ୍ତ୍ୟେଷ୍ଟିକ୍ରିୟା କଲେ ଭଦ୍ରକର ସମାଜସେବୀ ମହାସଂଘ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ମେଡିକାଲରେ ।

ସୂଚନାଯୋଗ୍ୟ ଯେ, ଡାଇବେଟିସ୍ ରୋଗରେ ଚିକିତ୍ସିତ ହେଉଥିବା ଭଦ୍ରକ ଚରମ୍ପା ଅଞ୍ଚଳର ବୃଦ୍ଧା ଝୁମୁରି ବେହେରାଙ୍କ ଦେହାନ୍ତ ପରେ ପାଖରେ ଥିବା ନାତୁଣୀ ଅସହାୟ ହୋଇପଡିଥିଲେ । କାରଣ ବୃଦ୍ଧାଙ୍କ ପୁଅ ଓ ବୋହୁ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଖବର ଶୁଣି ଆଗେଇ ଆସିଥିଲେ ଭଦ୍ରକର ସମାଜସେବୀ ମହାସଂଘ ।

ଭଦ୍ରକ ମେଡିକାଲରେ ପହଞ୍ଚି ଶବ ସତ୍କାର ପ୍ରସ୍ତୁତି ଆରମ୍ଭ କରିଥିଲେ । ବିଧିବଦ୍ଧ ଭାବେ ମରଶରୀରକୁ ମେଡିକାଲରୁ ସ୍ଥାନୀୟ ଗାନ୍ଧୀପଡିଆ ଶ୍ମଶାନଘାଟକୁ କୋକେଇ ଶୋଭାଯାତ୍ରା କରି ନେଇଥିଲେ । ସେଠାରେ ସମାଜସେବୀ ମହାସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶବ ସତ୍କାର କରିଥିଲେ । ଆଜିର ଏହି କରୋନା ମହାମାରୀ ସମୟରେ ଲୋକଙ୍କ ମାନବିକତା ମରିଯାଉଥିବା ବେଳେ, ସମାଜସେବୀ ମହାସଂଘର ଏଭଳି  କାର୍ଯ୍ୟ ମାନବିକତାର ପରିଚୟ ଦେଇଛି ।

   Related Posts