Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଅସହାୟ ବୃଦ୍ଧାଙ୍କର କରୁଣ କାହାଣୀ – ଅସହାୟ ଭାବେ ପାଇଖାନାରେ ଘରେ ପଡି ରହିଛନ୍ତି

5/12/2019 at 4:58 PM

ଲମତାପୁଟ ୦୫।୧୨ –   ଗରିବ ଅସହାୟଙ୍କ ପାଇଁ କେତେ କଣ ଯେ।ଜନା । ଆବାସ ଯେ।ଜନା, ଖାଦ୍ୟ ସୁରକ୍ଷା ଆଇନ୍ ଭଳି ଅନେକ ଯେ।ଜନା ଥାଇ ବି ଏଥିରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଏମିତି ଜଣେ ଗରିବ ଅସହାୟ ବୃଦ୍ଧା ହେଉଛନ୍ତି ଲମତାପୁଟ ବ୍ଳକ କନ୍ତୀଗଡ ଗାଁର ଶଶୀ ପାଙ୍ଗୀ । ବୟସର ଅପରାହ୍ନରେ ଦୟନୀୟ ଅବସ୍ଥାରେ ପାଇଖାନାରେ ପଡି ରହିଛନ୍ତି ଶଶୀ । 

ଲମତାପୁଟ ବ୍ଳକ କନ୍ତୀଗଡ ଗାଁର ଶଶୀ ପାଙ୍ଗୀ । ବୟସ ୮୦ରୁ ଅଧିକ ହେବ । ଚାଲିବାକୁ ଦେହରେ ବଳ ନାହିଁ । କିଛି କରିବାର ସାମର୍ଥ୍ୟ ବି ନାହିଁ । ଦୁଇ ଖଣ୍ଡ ଇଟା ଭରସାରେ ପାଦ ପକାଉଛନ୍ତି । ନିଜର ସମ୍ପତି କହିଲେ ଖଣ୍ଡିଏ ପାଇଖାନା। ଜମି ବାଡି, ଘର ଦ୍ବାର କିଛି ନଥିବା ବେଳେ ଗାଁ ଲେ।କଙ୍କ ଜାଗାରେ ପାଇଖାନାଟିଏ ହେ।ଇଛି । ଯେଉଁଠି ଅତି ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି ଶଶୀ। ସାହି ପଡିଶା କଣ ଦିଟା ଦେଲେ ଖାଉଛନ୍ତି ନହେଲେ ଓପାସ । କିନ୍ତୁ ଆଜି ଯାଏ ଏହି ବୃଦ୍ଧାଙ୍କ ଉପରେ କାହାର ନଜର ପଡିନି । ୫ କେଜି ଚାଉଳ ବ୍ୟତୀତ ସବୁ ସରକାରୀ ଯେ।ଜନାରୁ ବଞ୍ଚିତ ଶଶୀ ।

ବଡ କଷ୍ଟରେ ଅନ୍ଧାରରେ ଗୁରୁଣ୍ଡି ଗୁରୁଣ୍ଡି ଆମ ପ୍ରତିନିଧିଙ୍କୁ  ଭେଟିଥିଲେ ଶଶୀ । ଆଉ ଶୁଣାଇଥିଲେ କରୁଣ କାହାଣୀ । ଟଏଲେଟରେ ଶେ।ଇବାକୁ ଜାଗା ହେଉନି । ଶୀତ କାକରରେ ମଶା, ମାଛିଙ୍କ ପ୍ରାଦୁର୍ଭାବରେ କଲବଲ ହେଉଛନ୍ତି । ବର୍ଷା ଦିନେ ଓଦା ସରସର ହେ।ଇ ରହିବାକୁ ପଡେ ଲୁହ ଛଳ ଛଳ ଆଖିରେ । ଶଶୀଙ୍କ ସମ୍ପର୍କରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ତେବେ ସବୁ ଶୁଣିବା ଚିରାଚରିତ ଢଙ୍ଗରେ ଶଶୀଙ୍କୁ ସହାୟତା କରାଯିବ ବେ।ଲି ସେ କହିଛନ୍ତି ।

   Related Posts