ତିନି ବର୍ଷ ହେବ ଗୁହାଳ ଘରେ ଜୀବନ ବିତାଉଛନ୍ତି ଅସହାୟ ମାଆ : ପୁଅ ବୋହୂ ନିର୍ଯାତନା ଦେଉଥିବା ଅଭିଯୋଗ

Published By : Prameya-News7 Bureau | August 26, 2019 IST

କେନ୍ଦୁଝର ୨୬/୮: ପୁଅ ବୋହୂଙ୍କ ନିର୍ଯ।ତନାରେ ଅତିଷ୍ଠ ହୋଇ ଗୁହାଳ ଘରେ ଜୀବନ ବିତାଉଛନ୍ତି ଅସହାୟ ମାଆ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ହୁଣ୍ଡା ଗ୍ରାମ ପଞ୍ଚାୟତର ତଅଁଳାହତା ଗଁ।ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗଁ।ର ଟୁପ ବେହେରା ଗତ ତିନି ବର୍ଷ ହେବ ଏକ ଗୁହାଳ ଘରେ ରହୁଛନ୍ତି । ତାଙ୍କ ବୟସ ୭୦ ଟପିଲାଣି ।

{"id":149094}

ଏଭଳି ପରିଣତ ବୟସରେ ତାଙ୍କର ତିନି ତିନୋଟି ପୁଅ ଏବଂ ୪ଟି ବୋହୂ ଥିବା ସତ୍ବେ ତାଙ୍କୁ କେହି ପଚାରୁ ନାହାନ୍ତି । ସ୍ବାମୀ ବଞ୍ଚିଥିବା ପର୍ଯ୍ୟନ୍ତ ଟୁପ ବେହେରା ପୁଅ ମାନଙ୍କ ପାଖରେ ରହୁଥିଲେ । ଗତ ତିନି ବର୍ଷ ହେବ ଟୁପ ଅଧିକ ଅସୁସ୍ଥ ହୋଇ ପଡିଛନ୍ତି । ଏଣେ କୌଣସି ପୁଅ ତାଙ୍କୁ ନିଜ ପାଖରେ ରଖୁ ନଥିବାରୁ ସେ ଗୁହାଳରେ ଜାବନ ବିତାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.