Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଜାତୀୟସ୍ତରରେ ଫୁଟବଲ୍ ଖେଳି ରାଜ୍ୟ ପାଇଁ ଆଣିଥିଲେ ଗୌରବ, ଆର୍ଥିକ ଅନଟନ ଯୋଗୁଁ ଏବେ ଇଟାଭାଟିରେ ଲାଗୁଛନ୍ତି ମଜୁରୀ

10/11/2021 at 11:20 PM

ପଟ୍ଟାମୁଣ୍ଡାଇ ୧୦।୧୧: ଅବହେଳିତ ପ୍ରତିଭା । ଦିନ ଥିଲା ଜାତୀୟସ୍ତରରେ ଫୁଟବଲ ଖେଳି ରାଜ୍ୟ ପାଇଁ ଆଣିଥିଲେ ଗୌରବ । ଦେଶର ନାଁ ବିଶ୍ବ ଦରବାରରେ ପହଞ୍ଚାଇଥିଲେ । ହେଲେ ଏବେ ସେ ଲାଗୁଛନ୍ତି ମୂଲ ପେଟପାଟଣା ପାଇଁ । ଆର୍ଥିକ ଅନଟନ ଯୋଗୁଁ ଇଟାଭାଟିରେ କରୁଛନ୍ତି ମଜୁରୀ । ନା ମିଳୁଛି ପ୍ରୋତ୍ସାହନ, ନା କୌଣସି ସରକାରୀ ସହାୟତା । ଏଭଳି ସଂଘର୍ଷମୟ ଜୀବନ ବିତାଉଛନ୍ତି କେନ୍ଦ୍ରାପଡା ଆଳି ବ୍ଲକ୍ ଦେଓମାଳ ଗାଁର ସୁଜାତା ମଲ୍ଲିକ ।

୧୧ ବର୍ଷ ବୟସରୁ ଆରମ୍ଭ କରିଥିଲେ ଫୁଟବଲ ଖେଳର ଯାତ୍ରା । ଫୁଟବଲର ଏନ୍ତୁଡିଶାଳ ଆଳି ମିନି ଷ୍ଟାଡିୟମରୁ ଖେଳ ଆରମ୍ଭ କରିଥିଲେ ସୁଜାତା । ୨୦୦୫ରୁ ୨୦୧୫ ଯାଏଁ ଓଡିଶା ସବ୍ ଜୁନିୟର ଏବଂ ଜୁନିୟର ଦଳ ପକ୍ଷରୁ ଜାତୀୟ ଚାମ୍ପିୟନସିପରେ କରିଥିଲେ ପ୍ରତିନିଧିତ୍ବ । ଜାତୀୟ ସ୍ତରରେ ଖେଳି ଦେଶ ପାଇଁ ସୁନାମ ଅର୍ଜନ କରିବେ ବୋଲି ସ୍ବପ୍ନ ବି ଦେଖିଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଆର୍ଥିକ ଅନଟନ ଯୋଗୁଁ ଗୁଜୁରାଣ ମେଣ୍ଟଇବା ସମ୍ଭବପର ହେଲାନି । ତାଙ୍କର ଏକମାତ୍ର ପୁଅ ହୃଦରୋଗରେ ଆକ୍ରାନ୍ତ । ପୁଅର ଚିକିତ୍ସା ଏବେ ସ୍ବାମୀ-ସ୍ତ୍ରୀଙ୍କୁ ସଜାଇଛି ଦିନ ମଜୁରିଆ ।

କ୍ରୀଡାର ବିକାଶ ପାଇଁ ଅନେକ ଯୋଜନା । କ୍ରୀଡାବିତ୍ଙ୍କୁ ଆଗକୁ ବଢିବା ପାଇଁ ଯୋଗାଇ ଦିଆଯାଉଛି ପ୍ରୋତ୍ସାହନ । କିନ୍ତୁ ଭାଗ୍ୟର ବିଡମ୍ବନା, ସୁଜାତାଙ୍କୁ ନା ମିଳିଛି କୌଣସି ସରକାରୀ ସହାୟତା ନା ବେସରକାରୀ ସାହାଯ୍ୟ । ସେପଟେ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡ଼ିଓ ।

ଫୁଟବଲ ମୈଦାନରେ ବାହାଦୁରି ଦେଖାଇ ଦିନେ ଯିଏ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିଲେ ଆଜି ସେ ଜୀବନ ସହ କରୁଛନ୍ତି ସଂଘର୍ଷ । ଏଭଳି ପ୍ରତିଭାବାନ ଖେଳାଳିଙ୍କୁ ଏବେ ସରକାରୀ ପ୍ରୋତ୍ସାହନ ଜରୁରୀ ହୋଇପଡିଛି ।

   Related Posts