Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସାହାଯ୍ୟ କଲାନି ପୋଲିସ: ପୁଅ ଶବ ବସ୍ତାରେ ଧରି ୩ କିଲୋମିଟର ଚାଲିଲେ ଅସହାୟ ପିତା

7/03/2021 at 11:13 AM

କଟିହାର ୦୭/୦୩ : ବିହାର କଟିହାର ଜିଲ୍ଲାରେ ପ୍ରଶାସନର ସମ୍ବେଦନହୀନତାର ଛବି ସାମ୍ନାକୁ ଆସିଛି। ସୁଶାସନ ଦାବି ମଧ୍ୟରେ ସାହାଯ୍ୟ ନ ପାଇ ଜଣେ ଅସହାୟ ପିତାଙ୍କୁ ୧୩ ବର୍ଷୀୟ ପୁଅର ଶବକୁ ବସ୍ତାରେ ବାନ୍ଧି ୩ କିଲୋମିଟର ଯାଏଁ ଚାଲିବାକୁ ପଡିଲା। କଟିହାର ଜିଲ୍ଲା କୁର୍ସେଲା ଥାନାର ସମ୍ବେଦନହୀନତା ଯୋଗୁଁ ପିତାଙ୍କୁ ପୁଅର ଶବ ବସ୍ତାରେ ରଖି ଚାଲିବାକୁ ପଡିଲା। ପ୍ରଶାସନ ଟିକିଏ ସମବେଦନା ଦେଖାଇ ସାହାଯ୍ୟ ପାଇଁ ଆମ୍ବୁଲାନ୍ସ ଉପଲବ୍ଧ କରାଇଥାନ୍ତା ତାହେଲେ ପିତାକୁ ପୁଅ ଶବ ବସ୍ତାରେ ରଖି ଯିବାକୁ ପଡ଼ିନଥାନ୍ତା।

ଭାଗଲପୁର ନିବାସୀ ନିରୁ ଯାଦବ କହିଛନ୍ତି ଯେ ଗୋପାଳପୁର ଥାନା ତିନଟଙ୍ଗା ଗାଁ ନଦୀ ପରି କଲାବେଳେ ତାଙ୍କର ୧୩ ବର୍ଷୀୟ ପୁଅ ଡଙ୍ଗାରୁ ପଡିଯାଇଥିଲା। ତାପରେ ସେ ନିଖୋଜ ହୋଇଯାଇଥିଲା। ଏ ସମ୍ପର୍କରେ ଥାନାରେ ନିଖୋଜ ମାମଲା ରୁଜ୍ଜୁ ହୋଇଥିଲା। ଖୋଜାଖୋଜି ପରେ ପୁଅର ଶବ ଖେରିୟା ନଦୀ ତଟରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ସୂଚନା ପାଇ ପିତା ନିରୁ ଯାଦବ ଘଟରେ ପହଞ୍ଚି ଦେଖିଲେ ପୁଅର ଶବ ଗଳିତା ଅବସ୍ଥାରେ ରହିଛି। ଶବକୁ ଜୀବଜନ୍ତୁ ଖଣ୍ଡିଆ ଖାବରା କରିଦେଇଥିଲେ। ପୁଅର କପଡା ଓ ଶାରୀରିକ ଅଙ୍ଗ ଆଧାରରେ ତାକୁ ଚିହ୍ନଟ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ପ୍ରଶାସନର ସମ୍ବେଦନହୀନତା। ଶବ ନେବା ପାଇଁ ଗୋପାଳପୁର ଥାନା ପୋଲିସ ଓ କଟିହାର କୁର୍ସେଲା ଥାନା ପୋଲିସ ଆମ୍ବୁଲାନ୍ସ ଡାକିବା ଜରୁରୀ ବୋଲି ଭାବିଲେନି।

ଶେଷରେ ଅସହାୟ ପିତା ପୁଅର ଶବ ବସ୍ତାରେ ଭର୍ତ୍ତି କରି ଚାଲିଲେ। ଅସହାୟ ପିତା ପୋଲିସର ସମ୍ବେଦନହୀନତାକୁ ନେଇ କହିଛନ୍ତି ଯେ ପୋଲିସ ଯେତେବେଳେ ସହାନୁଭୂତି ଦେଖାଇଲାନି ସେ ବା ଆଉ କଣ କରିଥାନ୍ତେ। ସେଥିପାଇଁ ସେ ଶବ ବସ୍ତାରେ ଭରି ନେଇଯାଇଥିଲେ। ମାମଲା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କଟିହାର ଡ଼ିଏସପି ପୁରା ମାମଲାର ଯାଞ୍ଚ କରିବାକୁ କହିଛନ୍ତି।

   Related Posts