ସମ୍ପତ୍ତି ଲୋଭରେ ସଂପର୍କ ଭୁଲିଗଲେ ସଂପର୍କୀୟ: ଜୋର ଜବରଦସ୍ତ କରି ଛଡ଼ାଇ ନେଲେ ଘର-ଦ୍ବାର ଏବଂ ଜମି-ବାଡି, ଏବେ ବୁଢ଼ା-ବୁଢ଼ୀ ଦୁ​‌ହେଁ​‌ ସ୍କୁଲ ବାରଣ୍ଡାରେ କାଟୁଛନ୍ତି ଜୀବନ,

Published By : Prameya-News7 Bureau | November 02, 2020 IST

ଯାଜପୁର୨/୧୧: ବସ୍ତୁବାଦି ଦୁନିଆରେ ଦିନକୁ ଦିନ ହଜି ଯାଉଛି ମାନବିକତା। ସମ୍ପତ୍ତି ଲୋଭରେ ମଣିଷ ଭୁଲି ଯାଉଛି ସଂପର୍କ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ବିରଜାପୁର ପଂଚାୟତର ବରହଟା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ଭିନ୍ନକ୍ଷମ ପରିବାରର ସମ୍ପତ୍ତି ଓ ଘର ଦ୍ୱାରକୁ ଜୋର ଜବରଦସ୍ତ କବଜା କରି ନେଇଛନ୍ତି ତାଙ୍କ ସଂପର୍କୀୟ । ଫଳରେ ବାଧ୍ୟ ହୋଇ ଭିନ୍ନକ୍ଷମ ପରିବାର କେତେବେଳେ ସ୍କୁଲ ପିଣ୍ଡା ତ ଆଉ କେତେ ଗାଁର ପରିତ୍ୟକ୍ତ ଘର ପାଲିଟିଛି ଏମାନଙ୍କ  ବାସସ୍ଥାନ । ଏପଟେ ନ୍ୟାୟ ନମିଳିଲେ ଜୀବନ ହାରିବା ହିଁ ଶେଷ ରାସ୍ତା ବୋଲି କୋହ ଭରା ସ୍ୱରରେ ଭିନ୍ନକ୍ଷମ ଦମ୍ପତ୍ତି ପ୍ରକାଶ କରିଛନ୍ତି । 

{"id":355065,"sizeSlug":"large"}

ବରହଟା ଗ୍ରାମର ଦିବ୍ୟାଙ୍ଗ ସନାତନ ପଣ୍ଡାଙ୍କ ବାପାଙ୍କ ଦେହାନ୍ତ ପରେ ପରିବାର ଚଳାଇବା କଷ୍ଟ ହେବାରୁ ସ୍ତ୍ରୀ ଓ ପିଲାଙ୍କୁ ଧରି ଚାଲି ଯାଇଥିଲେ ପୁରୀ । ସେଠାରେ ଭିକ୍ଷାବୃତି କରି ଉଭୟ ସ୍ୱାମୀ- ସ୍ତ୍ରୀ ଚଳି ଆସୁଥିଲେ । କିନ୍ତୁ କରୋନା ଯୋଗୁଁ ମନ୍ଦିର ବନ୍ଦ ହେବାରୁ ଭିକ୍ଷା ବୃତ୍ତି ମଧ୍ୟ ବନ୍ଦ ହୋଇଯାଇଥିଲା । ଫଳରେ ନିରାଶ ହୋଇ ଘର ଭଡା ନପାଇ ଗାଁକୁ ଫେରି ଆସିଥିଲେ । ଆଶା ରଖିଥିଲେ ନିଜର ପୈତୃକ ଘରେ ରହି ଦୁଃଖେ କଷ୍ଟେ ଚଳିଯିବେ , ‌କିନ୍ତୁ ଭାଗ୍ୟର ବିଡମ୍ବନା ବିଚିତ୍ର । ନିଜ ଘରେ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଦେଲେନି ସଂପର୍କୀୟ । ଦୃଷ୍ଟି ବାଧିକ ସ୍ୱାମୀକୁ ଧରି ପତ୍ନୀ  ଶେଷରେ ସ୍କୁଲ ପିଣ୍ଡାକୁ  ଆଦରି ନେଲେ । ତେବେ ଏଭଳି ଯନ୍ତ୍ରଣାକୁ ଛାତିରେ ଜାବୁଡି ଧରି ବହୁ କଷ୍ଟରେ ଦୁଇ ମାସ ହେଲାଣି ଚଳି ଆସୁଛନ୍ତି ଏହି ଦମ୍ପତି । ଶେଷରେ ଜିଲ୍ଲାପାଳଙ୍କ ମଧ୍ୟ ନିଜର ଦୁଃଖ  ଜଣାଇଥିଲେ । ହେଲେ ତାଙ୍କ କଥାକୁ କେହି ଶୁଣିନଥିବାର ଅଭିଯୋଗ ଆଣିଛନ୍ତି ସେମାନେ ।

{"id":355066,"sizeSlug":"large"}

ଦିବ୍ୟାଙ୍ଗ ସନାତନ ପେଟ ପାଇଁ ୩୦ ବର୍ଷ ହେଲା ପୁରୀରେ ଭିକ୍ଷାବୃତି କରୁଥିବା ବେଳେ ଗାଁରେ ‌ତାଙ୍କ ପୈତୃକ ସମ୍ପତ୍ତିକୁ ମାଡି ବସିଛନ୍ତି ସଂପକୀୟ । ସନାତନ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପାଇଥିବା ଆବାସ ଗୃହକୁ ମଧ୍ୟକୁ ଜୋର ଜବରଦସ୍ତ ଦଖଲ କରି ନେଇଛନ୍ତି ସଂର୍ପକୀୟ । ଉଭୟ ସ୍ୱାମୀସ୍ତ୍ରୀ ନିଜ ଘରକୁ ପଶିବାକୁ ଜିଦ ଧରିବାକୁ ତାଙ୍କ ଘର ବାହାର କରି ଦିଆଯିବା ସହ ମାଡ ମାରିବାକୁ ପଛାଇ ନାହାନ୍ତି ।

{"id":355067,"sizeSlug":"large"}

ଯାହାକୁ ନେଇ ଗ୍ରାମବାସୀ ବିରୋଧ କରିବା ସହ ଗାଁ ମୁରବୀଙ୍କ ଉପସ୍ଥିତିରେ ସନାତନଙ୍କୁ ନ୍ୟାୟ ଦେବାକୁ ଆଲୋଚନା କରିଛନ୍ତି । କିନ୍ତୁ ଜମି ମାଡିବସିଥିବା ସଂର୍ପକୀୟ ସମ୍ପତି ଦେବାକୁ ରାଜି ହୋଇନଥିଲେ । ନ୍ୟାୟ ପାଇଁ ବୃଦ୍ଧ ଦମ୍ପତି ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବା ସହ ନିଜର ସୁରକ୍ଷା ଦାବି କରିଛନ୍ତି । ଅନ୍ୟ ପଟେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ବୃଦ୍ଧ ଦମ୍ପତିଙ୍କ ଅଭିଯୋଗକୁ ପ୍ରଶାସନ ଗୁରୁତ୍ୱ ଦେଇଛି । ଏବଂ ତୁରନ୍ତ ଏନେଇ ତଦନ୍ତ କରାଯାଇ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.