ଯନ୍ତ୍ରଣାରେ ଛଟପଟ ବୃଦ୍ଧ ଦମ୍ପତି: ସ୍ବାମୀ କର୍କଟ ରୋଗରେ ଆକ୍ରାନ୍ତ, ସ୍ତ୍ରୀ ପକ୍ଷାଘାତ ରୋଗରେ, ଡାକ୍ତର କହିଲେ...

Published By : Prameya-News7 Bureau | November 05, 2020 IST

ବ୍ରହ୍ମଗିରି୫/୧୧:  ଅବହେଳିତ ହୋଇ ପଡି ରହିଛନ୍ତି ବୃଦ୍ଧ ଦମ୍ପତି। ସ୍ତ୍ରୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବାବେଳେ ସ୍ବାମୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି। ଦୁଇଜଣ ରୋଗରେ ଆକ୍ରାନ୍ତ, ହେଲେ କିଏ କାହାର ସେବା କରିବା ପାଇଁ ସମର୍ଥ ନୁହେଁ। ଚିକିତ୍ସା ହେବା ପାଇଁ ପାଖରେ ନା ଅଛି ଲୋକ ବଳ ନା ଅଛି ଅର୍ଥ ବଳ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସରକାରଙ୍କ ସାହାଯ୍ୟକୁ ଚାହିଁ ବସିଛନ୍ତି ସ୍ବାମୀ-ସ୍ତ୍ରୀ।

{"id":356688,"sizeSlug":"large"}

ଅନ୍ୟପଟରେ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁନାହଁ। ଆମେ କହୁଛୁ  ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ପ୍ରଶନ୍ନ ବେହେରା ଏବଂ ତାଙ୍କ ପତ୍ନୀ ସୁଲୋଚନା ବେହେରାଙ୍କ କଥା।

{"id":356690,"sizeSlug":"large"}

ଅଭାବ ଅସୁବିଧା ଭିତରେ ତିନି ଝିଅଙ୍କୁ ବାହା ଦେବା ପରେ ଏବେ ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି ସ୍ବାମୀ-ସ୍ତ୍ରୀ। ପ୍ରସନ୍ନଙ୍କୁ ଯାହା ଭତ୍ତା ଟଙ୍କା ମିଳେ ସେଥିରେ ଦୁଃଖକଷ୍ଟରେ ସ୍ବାମୀ-ସ୍ତ୍ରୀ ଚଳିଯାଇଛନ୍ତି। କିନ୍ତୁ ପ୍ରସନ୍ନ ଏବେ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି। ପରିବାର କହିଲେ, ୩ ଝିଅ। ପୁଣି ସେମାନଙ୍କ ବାହାଘର ହୋଇସାରିଛି। ସେମାନଙ୍କ ପାଖରେ ସେତିକି ଟଙ୍କା ନାହିଁ, ଯେଉଁଥିରେ ସେ ଚିକିତ୍ସା ହୋଇପାରିବେ। ବୃଦ୍ଧ ଦମ୍ପତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ସମାଜସେବୀ ଏବଂ ଗ୍ରାମବାସୀ ଦାବି କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ଅପରେସନ ପାଇଁ ବହୁତ ଟଙ୍କା ଲାଗିବ। ତେଣୁ ସରକାରୀ ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.