ଦୁଷ୍କର୍ମରୁ ରକ୍ଷା କରିବା ପାଇଁ ଆସିଥିବା ବ୍ୟକ୍ତି ଯୁବତୀଙ୍କ ସହ କଲେ ଗଣଦୁଷ୍କର୍ମ, ଚାରି ଅଭିଯୁକ୍ତ ଗିରଫ
17/11/2019 at 2:31 PM

ବହଲୋଲପୁର୧୭/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସାହାଯ୍ୟ କରିବା ବଦଳରେ ଦୁର୍ବୃତ୍ତମାନେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଚାକିରିର ପ୍ରଲୋଭନ ଦେଖାଇ ରବି ନାମକ ଜଣେ ଯୁବକ ପୀଡ଼ିତାଙ୍କୁ ଏକ ଖାଲି ଫ୍ଲାଟକୁ ଡ଼ାକିଥିଲା। ଯୁବତୀଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ଅଭିଯୁକ୍ତ ରବି କବଳରୁ ବଞ୍ଚିବା ପାଇଁ ଯୁବତୀ ଚିତ୍କାର କରିଥିଲେ। ଏହି ସମୟରେ ଦୁଇଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟର ହାତ ବଢ଼ାଇବା ବଦଳରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଅଚାନକ ଅଭିଯୁକ୍ତ ରବି ସେହି ସ୍ଥାନରୁ ଫେରାର ହୋଇଯାଇଥିଲା। ଯୁବତୀଙ୍କୁ ସାହାଯ୍ୟ କରିବା ବଦଳରେ ଦୁଇ ଯୁବକ ଓ ତାଙ୍କର ଅନ୍ୟ ସାଙ୍ଗମାନେ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନୋଇଡାର ବହଲୋଲପୁରରେ ଏଭଳି ଘଟଣା ଘଟିଛି।
ଥାନା ଅଧିକାରୀଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତ ରବି ଘଟଣାସ୍ଥଳରୁ ଫେରାର ହେବା ପରେ ଅନ୍ୟ ତିନି ଅଭିଯୁକ୍ତ ବ୍ରଜକିଶୋର, ପୀତାମ୍ବର ଓ ଉମେଶ ଓ ଅନ୍ୟ ଦୁଇଜଣ ସାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରଛି।
ସୂଚନା ଅନୁସାରେ ୨୦ ବର୍ଷ ବୟସ୍କା ଯୁବତୀ ପରିବାର ସହ ଛେଜାରସୀରେ ରହନ୍ତି। ଗ୍ରାଜୁଏସନ ଶେଷ ହେବା ପରେ ଚାକିରି ଖୋଜୁଥିଲେ। ଯୁବତୀଙ୍କ ପୁଅ ସାଙ୍ଗ ରବି ଚାକିରି କରେଇ ଦେବ କହି ତାଙ୍କୁ ଡ଼ାକିଥିଲା। ଯୁବତୀ ତାଙ୍କ କଥାରେ ରାଜି ହୋଇ ରବି ଡ଼ାକିଥିବା ସ୍ଥାନକୁ ଏକୁଟିଆ ଯାଇଥିଲେ। ଏହି ସମୟରେ ଏଭଳି ଅଘଟଣ ଘଟିଥିଲା।
ଏହି ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଏହି ଦୁଇଜଣ ଅଭିଯୁକ୍ତଙ୍କ ଖବର ଦେଲେ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି।