ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍, ହେଲପର୍ ମୃତ

Published By : Prameya-News7 Bureau | May 11, 2021 IST

ଘଟଗାଁ, ୧୧/୦୫:  କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡି ଗ୍ରାମ ନିକଟରେ ଦୁର୍ଘଟଣା । ଏକ ଟ୍ରକ ଦୁର୍ଘଟଣାରେ ଗାଡିର ହେଲପରଙ୍କ ମୃତ୍ୟୁ ଘଟିଛି।  ମୃତକ ଜଣଙ୍କ ଆଗରପଡା ଥାନା ଅଞ୍ଚଳର କୂଳମଣି ପ୍ରଧାନ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାଲିଯୋଡି ଗ୍ରାମ ନିକଟରେ ରାସ୍ତାକଡ଼ରେ ଏକ ଟ୍ରକ୍ ଛିଡା ହୋଇଥିଲା । ଏହାକୁ ଅନ୍ୟ ଏକ ଟ୍ରକ ଧକ୍କାଦେବାରୁ ଘଟଣା ସ୍ଥଳରେ ହେଲପଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.