ଟିପ୍ପର ଧକ୍କାରେ ଜଣେ ମୃତ : ଡ୍ରାଇଭର ଅଟକ

Published By : Prameya-News7 Bureau | March 03, 2020 IST

ସୁବର୍ଣ୍ଣପୁର ୩/୩: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଂଚାୟତର ନୁଆଁବନ୍ଧରେ ଘଟିଛି ଏକ ଦୁର୍ଘଟଣା । ଟିପ୍ପର ଧକ୍କାରେ ହେଲପରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଠିକ ହିସାବରେ ମିଳିନାହିଁ।

{"id":232182,"sizeSlug":"large"}

ଗତକାଲି ବିଳମ୍ବିତ ରାତ୍ରିରେ ବନ୍ଧରେ ମାଟିକାମ ଚାଲିଥିଲା। ବନ୍ଧର ହିଡରେ ଟିପ୍ପର ମାଟି ପକାଇ ପଛକୁ ଫେରୁଥିବା ସମୟରେ ସେଠାରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ଟିପ୍ପରର ଚକ ଚଢିଯାଇଥିଲା । ତାଙ୍କୁ ତରଭା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବର୍ତମାନ ପର୍ଯନ୍ତ ମୃତକଙ୍କ ପରିଚୟ ମିଳିନଥିବା ପୋଲିସ ସୁତ୍ରରୁ ଜଣାଯାଇଥିବାବେଳେ ଟିପ୍ପରକୁ ଜବତ ଏବଂ ଡ୍ରାଇଭରକୁ ଅଟକ କରି ମେଣ୍ଡା ଫାଣ୍ଡିରେ ରଖାଯାଇଛି । କେଉଁ ଉଦ୍ଦେଶ୍ୟରେ ରାତିରେ କାମ ଚାଲିଥିଲା ଏବଂ ସରକାରୀ କାମକୁ କାହିଁକି କିଏ ବିଳମ୍ବିତ ରାତ୍ରିରେ କରୁଥିଲା ତାହା ବର୍ତମାନ ତଦନ୍ତ ସାପେକ୍ଷ ।

{"id":232183,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.