କେନାଲକୁ ଖସିଲା ଇଟା ବୋଝେଇ ଟ୍ରାକ୍ଟର, ହେଲପର୍ ମୃତ

Published By : Prameya-News7 Bureau | May 05, 2021 IST

ବାଲିପାଟଣା ୫।୫: ବାଲିଅନ୍ତା ଥାନା ବାଲିକାନ୍ଥିଆ ଛକ ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର କେନାଲ ମଧ୍ୟକୁ ଖସି ପଡ଼ିଛି । ଫଳରେ ହେଲପରଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କାହ୍ନା । ତାଙ୍କ ବୟସ ୧୮ ବର୍ଷ । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଏହାସହ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.