ଟ୍ରଲରକୁ ପଛପଟୁ ଧକ୍କା ଦେଲା ହାଇୱା : ହେଲ୍ପର ମୃତ, ଡ୍ରାଇଭର ଗୁରୁତର
24/07/2020 at 3:09 PM

ଆନନ୍ଦପୁର ୨୪।୭: ଆନନ୍ଦପୁର ଉପଖଣ୍ଡ ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥର ହସନପୁର ଟୋଲ୍ ପ୍ଲାଜା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସାମ୍ନାରେ ଥିବା ଟ୍ରଲରକୁ ପଛପଟୁ ଧକ୍କା ଦେଲା ହାଇଓ୍ବା । ଫଳରେ ହାଇଓ୍ବାରେ ଥିବା ହେଲପର ଓ ଡ୍ରାଇଭର ଚାପି ହୋଇ ଗାଡି ଭିତରେ ଫସି ରହିଥିଲେ । ଘଷିପୁରା ଦମକଳବାହିନୀ ଖବର ପାଇ ଗାଡିକୁ କାଟି ହେଲପର ଓ ଡ୍ରାଇଭରକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ହୋଇଛି । ମୃତ ହେଲପର ଜଣଙ୍କ ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳର ବୋଲି ସୂଚନା ମିଳିଛି।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021