Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍ : ଚାପିହୋଇ ହେଲପରଙ୍କ ମୃତ୍ୟୁ, ଡ୍ରାଇଭର ଗୁରୁତର

14/11/2019 at 4:55 PM

ବଡବିଲ ୧୪।୧୧: ବଡବିଲରେ ଟ୍ରକ୍ ଓଲଟି ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଆଜି ଅପରାହ୍ନରେ ଯୋଡ଼।-ରଣାଶାଳ ରାସ୍ତାର ଡି.ଭି. ସିଂ ଗୁଡ଼। ନିକଟରେ ଏହି ଦୁର୍ଘଟଣା ଘଟିଛି । ଓଡି ୦୯ ଏ ୪୧୪୯ ନମ୍ବର ଥିବା ଏକ ୧୨ ଚକିଆ ଟ୍ରକ୍ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ଥିଲା ।

ଦୁର୍ଘଟଣାରେ ଟ୍ରକର ହେଲପର ପିଙ୍କୁ ନାଏକଙ୍କ ଚାପିହୋଇ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଧରଣୀଧର ନାୟକ ଗୁରୁତର ଆହତ ହୋଇଥିଲେ । ଆହତ ଡ୍ରାଇଭରକୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲ୍ ମେଡିକାଲକୁ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଁଚିବା ପରେ କ୍ରେନ୍ ଅଣାଯାଇ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଯୋଡ଼। ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ତେବେ ଦ୍ରୁତ ଗତିରେ ବେପରୁଆ ଗାଡ଼ି ଚାଳନା ଏଭଳି ଦୁର୍ଘଟଣାର କାରଣ ହୋଇଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଯିବାକୁ ଦାବି ହୋଇଛି ।

   Related Posts