Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମୋ ସମର୍ଥନରେ ୫ ମିନିଟ୍ ଛିଡା ହେବା ପରିବର୍ତ୍ତେ ଗରିବ ପରିବାରଙ୍କୁ ସାହାଯ୍ୟ କରନ୍ତୁ, ଏହା ମୋ ପାଇଁ ବଡ ସମ୍ମାନ ହେବ: ପିଏମ ମୋଦୀ

8/04/2020 at 5:51 PM

ନୂଆଦିଲ୍ଲୀ ୦୮।୦୪: କରୋନା ଭାଇରସ୍ ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ କ୍ରମାଗତ ନିଜର ଯଥା ସମ୍ଭବ ପ୍ରୟାସ ଜାରି ରଖିଛି। ଅନେକ ବଡ ବଡ ଦେଶ ତୂଳନାରେ ଭାରତ ଏହି ମହାମାରୀ ବିରୋଧରେ ସାବଧାନପୂର୍ବକ ପଦକ୍ଷେପ ନେବାରେ ସଫଳ ହୋଇଛି। ଭଲ ସ୍ଵାସ୍ଥ୍ୟ ସେବା ଏବଂ ଦୈନନ୍ଦିନ ସାମଗ୍ରୀର ଉପଲବ୍ଧତା ସହିତ ପ୍ରଧାନମନ୍ତ୍ରୀ କ୍ରମାଗତ ଗରିବ ଲୋକଙ୍କ ସାହାଯ୍ୟ ସହିତ ସ୍ଵାସ୍ଥ୍ୟ କର୍ମୀ, ପୋଲିସ କର୍ମୀଙ୍କ ପ୍ରୋତ୍ସାହନ ନେଇ ମଧ୍ୟ ପ୍ରୟାସ କରୁଛନ୍ତି।

ଏହା ମଧ୍ୟରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ତାଙ୍କ ସମର୍ଥନରେ ଲୋକେ ୫ ମିନିଟ୍ ଛିଡା ହେବା ବଦଳରେ ଯଦି ଗରିବ ପରିବାରକୁ ସାହାଯ୍ୟ କରନ୍ତି ତେବେ ଏଥିରୁ ବଡ ସମ୍ମାନ ଆଉ ମୋ ପାଇଁ କିଛି ହୋଇନପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲୋକଙ୍କ ସେହି ଅଭିଯାନକୁ ଉଲ୍ଲେଖ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ପାଞ୍ଚ ମିନିଟ୍ ଛିଡା ହୋଇ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରିବା ଉଚିତ୍। ଏହା ଉପରେ ପ୍ରଧାନମନ୍ତ୍ରୀ ତାଙ୍କୁ ବିବାଦରେ ଫସାଇବାକୁ ଏହା ଏକ ଅପ ପ୍ରୟାସ ବୋଲି କହିଛନ୍ତି। ଏହି ସମ୍ବନ୍ଧରେ ସେ ଦୁଇଟି ଟୁଇଟ୍ ମଧ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରଥମ ଟୁଇଟ୍‌ରେ କହିଛନ୍ତି ଯେ, ମୋ ନଜରକୁ ଆସିଛି ଯେ, କିଛି ଲୋକ ଏହି ଅଭିଯାନ ଆରମ୍ଭ କରୁଛନ୍ତି ଯେ, ୫ ମିନିଟ୍ ଛିଡା ହୋଇ ମୋଦୀଙ୍କୁ ସମ୍ମାନିତ କରାଯାଉ। ପ୍ରଥମ ନଜରରେ ଏହା ମୋଦୀଙ୍କୁ ବିବାଦରେ ଫସାଇବାକୁ ଏକ ଚାଲବାଜି।

ଏହା ପରେ ଦ୍ଵିତୀୟ ଟୁଇଟରେ ମୋଦୀ କହିଛନ୍ତି ଯେ, ହୋଇ ପାରେ ଏହା କୌଣସି ଲୋକଙ୍କ ସଦିଚ୍ଛା ହୋଇ ଥାଇପାରେ, ତଥାପି ମୋର ଅନୁରୋଧ ଏହା ଯେ ଯଦି ବାସ୍ତବରେ ଆପଣଙ୍କ ମନରେ ଏତେ ଭଲ ପାଇବା ଅଛି ଏବଂ ମୋଦୀଙ୍କୁ ସମ୍ମାନିତ କରିବାର ଅଛି ତେବେ ଗୋଟିଏ ଗରିବ ପରିବାରର ଦାୟିତ୍ଵ ସେ ପର୍ଯ୍ୟନ୍ତ ଉଠାନ୍ତୁ ଯେ ପର୍ଯ୍ୟନ୍ତ କରୋନା ଭାଇରସ୍ ସଙ୍କଟ ରହିଛି। ମୋ ପାଇଁ ଏଥିରୁ ଆଉ ବଡ ସମ୍ମାନ କିଛି ହୋଇନପାରେ।

   Related Posts