Friday, October 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଥର ନକ୍ସଲ ଦମନ କ୍ଷେତ୍ରରେ ନିଆଯିବ ସେନାବାହିନୀର ସହାୟତା ବୋଲି କହିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

କଟକ ୧୪|୭: ନକ୍ସଲ ଦମନ କ୍ଷେତ୍ରରେ ଦରକାର ପଡିଲେ ସେନାବାହିନୀର ସହାୟତା ନିଆଯିବ । ଦେଶ ଭିତରୁ ମାଓବାଦୀ ନିପାତ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ଏପଟେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ପୋଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ ମହିଳା କ୍ୟାଡରଙ୍କ ସହ ୨ ନକ୍ସଲ ନିହତ ହୋଇଛନ୍ତି । 

ନକ୍ସଲଙ୍କୁ ଦୃଢ ହସ୍ତରେ ଦମନ ପାଇଁ କେନ୍ଦ୍ର ସରକାରକଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦରକାର ପଡିଲେ ମାଓବାଦୀ ଦମନ ପାଇଁ ସେନାର ସହାୟତା ନିଆଯିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। କିନ୍ତୁ ପ୍ରଥମେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ପାଇଁ ପ୍ରୟାସ କରାଯିବ । କଟକ ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଏମିତି କିଛି କହିଛନ୍ତି ।  

ପୂର୍ବରୁ ମାଓ ଅପରେସନ ବେଳେ ଆହତ ସୁରକ୍ଷା କର୍ମଚାରୀଙ୍କ ସହାୟତା ପାଇଁ ବାୟୁସେନା ହେଲିକପ୍ଟର ବ୍ୟବହାର କରାଯାଉଛି। ହେଲେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ସେନାକୁ ନିୟୋଜିତ କରାଯାଉନାହିଁ । ମାତ୍ର ଏବେ ମୋଦି ସରକାର ଏ ଦିଗରେ ପରିବର୍ତ୍ତନ ଆଣିଛନ୍ତି । ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ନେଇ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି।

ସେପଟେ ଆଜି ସକାଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଗୁମୀୟାପାଲ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ୨ ମାଓବାଦୀ ନିହତ ହୋଇ ଥିବା ବେଳେ ଜଣେ ମହିଳା ମାଓବାଦୀକୁ ଗିରଫ କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଅଛନ୍ତି। ମୃତ ଦୁଇ ମାଓବାଦୀ ଦେବା ଓ ମାମଗଲି ମାଲକାନଗିରି ଅଞ୍ଚଳରେ ସକ୍ରିୟ ଥିଲେ ।ସେମାନଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।  ଅପରେସନ ବେଳେ ଆଉ କିଛି ମାଓବାଦୀ ଜଙ୍ଗଲକୁ ଖସି ଯାଇଥିବା ଅନୁମାନ କରାଯାଉଛି। ଦିନକୁ ଦିନ ଓଡିଶା ସମେତ ପଡୋଶୀ ରାଜ୍ୟଗୁଡିକରେ ନକ୍ସଲ ଉତ୍ପାତ ବଢିବାରେ ଲାଗିଛି। ଏଭଳି କ୍ଷେତ୍ରରେ ସେନା ଅପରେସନକୁ ଓହ୍ଲାଇଲେ, ମାଓବାଦୀଙ୍କ ଅବସ୍ଥା କଣ ହେବ ତାହା ସମୟ କହିବ।

131 Views

   ସମ୍ବନ୍ଧିତ ଖବର