Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବେକରେ ବଢୁଛି ମାଂସ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ : ଦିନ ଗଡିବା ସହ ଯନ୍ତ୍ରଣା ମଧ୍ୟ ବଢୁଛି…

4/11/2020 at 8:36 AM

ଭୁବନ ୦୪।୧୧: ସ୍ବାସ୍ଥ୍ୟ ସେବା ନାଁରେ ପାଣି ଭଳି ଅର୍ଥ ବୋହିଯାଉଛି । ଗରିବଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ମଧ୍ୟ ରହିଛି । ହେଲେ ଢେଙ୍କାନାଳ ଭୁବନ ଅଁଳାଝରୀ ଗାଁର ରେଣୁକା ରାଉତଙ୍କ ପାଇଁ ଏସବୁ ମାନେ କିଛି ନାହିଁ । ଆଜିକୁ ୨୦ ବର୍ଷ ହେଲା ବେକରେ ବଢ଼ୁଛି ମାଂସ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏପଟେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ।

ରେଣୁକା ରାଉତ । ବୟସ ୪୦ । ଘର ଢେଙ୍କାନାଳ ଭୁବନର ଅଁଳାଝରି ଗାଁରେ । ରେଣୁକାଙ୍କ ବେକରେ ବଢ଼ୁଛି ମାଂସ ପିଣ୍ଡୁଳା । ୨୦ ବର୍ଷ ତଳେ ମାଂସ ବଢ଼ିବା ଆରମ୍ଭ କରିଥିଲା । ବଢ଼ି ବଢ଼ି ବଡ଼ ହେଲାଣି ମାଂସ ପିଣ୍ଡୁଳା । ଦିନକୁ ଦିନ ଯନ୍ତ୍ରଣା ବି ବଢ଼ିବାରେ ଲାଗିଲାଣି । ଅସହ୍ୟ ଯନ୍ତ୍ରଣା ହେବାରୁ ୨ ମାସ ପୂର୍ବରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ନେଇଥିଲେ ସ୍ବାମୀ ରୋହିତ । ଅପରେସନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିଲେ ଡାକ୍ତର , ହେଲେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ।

ରେଣୁକାଙ୍କ ସ୍ବାମୀ ରୋହିତ ଦିନ ମଜୁରିଆ । ଖଟିଲେ ସ୍ତ୍ରୀ ଏବଂ ୨ ପୁଅଙ୍କ ମୁହଁରେ ଆହାର ଦିଅନ୍ତି । ସରକାରଙ୍କ ଠାରୁ ୨୦ କିଲୋ ଚାଉଳ ମିଳେ ଯାହା । ଆବାସ ଯୋଜନାରୁ ବଞ୍ଚିତ ପରିବାର । ସ୍ତ୍ରୀକୁ ଭଲ କରିବାକୁ ଇଛା ଥିଲେ ବି ଟଙ୍କା ଯୋଗାଡ଼ କରିପାରୁନାହାଁନ୍ତି ରୋହିତ । ସରକାର ଯଦି ଚିକିତ୍ସା ବ୍ୟବସ୍ଥା ନକରାଇବେ ତାହେଲେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରେଣୁକା ।

   Related Posts