ହେଲମେଟ୍‌ ଦାଣ୍ଡିଆ-ସଡକ ସୁରକ୍ଷା ସଚେତନତା ପାଇଁ ଅଭିନବ ପ୍ରୟାସ

Published By : Prameya-News7 Bureau | October 06, 2019 IST

ନୂଆପଡା( ସୁଶାନ୍ତ କର )- ଆସିଯାଇଛି ପାର୍ବଣ ଋତୁ । ଗାଁ ଠୁ ସହର ସବୁଠି ଉତ୍ସବ ମୂଖର । ମା’ ଦୂର୍ଗା ଧରାବତରଣ କରି ସାରିଥିବା ବେଳେ ସବୁଠି ଦେଖିବାକୁ ମିଳୁଛି ଆଧ୍ୟାତ୍ମିକ ପରିବେଶ । ଏହାସହ କେଉଁଠି ମେଢ ଭିତରେ ପ୍ରତିଯୋଗିତା ତ କେଉଁ ଠି ଦାଣ୍ଡିଆ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇ ଲୋକ ଲୋଚନ କୁ ଆସିବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ପୂଜା କମିଟି ।

ନୂତନ ପରିବହନ ଆଇନ ଲାଗୁ ହେବା ପରେ ସାରା ରାଜ୍ୟରେ ବେ ଆଇନ ଗାଡି ଚାଳକ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଯାହାପାଇଁ ବିଭିର୍ନ୍ନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲି ପ୍ଲେଟ ସହ ସଚେତନା ରେଲି କରାଯାଉଥିବା ବେଳେ ବିଭିର୍ନ୍ନ ସମିତି ତରଫରୁ ହେଲମେଟ ବ୍ୟବହାର କୁ ନେଇ ଅଭିନବ ଉପାୟରେ ସଚେତନତା ବାର୍ତ୍ତା ଦିଆ ଯାଉଥିବା ଦେଖିବାକୁ ମିଳିଥାଏ । ହେଲେ ଖରିଆର ରୋଡ ସାର୍ବଜନୀନ ନବ ଯୁବକ ନବରାତ୍ରୀ ଉତ୍ସବ ସମିତି ପକ୍ଷରୁ ନଅ ଦିନ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହେଉଥିବା ବେଳେ ଗତକାଲି ଦାଣ୍ଡିଆ ନୃତ୍ୟାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଅଂଶଗ୍ରହଣ କରିଥିବା ସମସ୍ତ ଯୁବକ ଯୁବତୀ ସାଧାରଣ ଜନତା ଙ୍କୁ ଏକ ସଚେତନତା ର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ମୁଣ୍ଡରେ ହେଲମେଟ ଲଗେଇ ଦାଣ୍ଡିଆ ନୃତ୍ୟରେ ସାମିଲ ହେବାସହ ଦାଣ୍ଡିଆ ଖେଳିଥିଲେ ।

ଖରିଆର ରୋଡ ଏକ ପ୍ରତିଷ୍ଠିତ ବ୍ୟବିସାୟିକ ସହର ହୋଇଥିବା ବେଳେ ସେଠାରେ ଶତାଧିକ ଗୁଜୁରାଟୀ ସମ୍ପ୍ରଦାୟର ପରିବାର ରହୁଛନ୍ତି । କେବଳ ଗୁଜୁରାଟୀ କାହିଁକି ସହରରେ ବାସ କରୁଥିବା ମାରୱାଡି,ଜୈନ,ଶିଖ ସହ ବିଭିନ୍ନ ଜାତିର ଲୋକେ ଏହି ଦାଣ୍ଡିଆ ରେ ସାମିଲ ହୋଇ ଥାଆନ୍ତି । ଦୀର୍ଘ ଅଣାଅଶୀ ବର୍ଷ ଏହି ସମିତି ପକ୍ଷରୁ ଦାଣ୍ଡିଆ ନୃତ୍ୟ ଚାଲୁଥିବା ବେଳେ ନୂଆପଡା ଜିଲ୍ଲାରେ ଏହି ଦାଣ୍ଡିଆ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଚଳିତ ବର୍ଷ ପ୍ରତ୍ୟେକ ଦିନ ଦାଣ୍ଡିଆ ନୃତ୍ୟ ମାଧ୍ୟମରେ କିଛି ନା କିଛି ସଚେତନତା ବାର୍ତ୍ତା ଦେଉଥିବା ବେଳେ ଗତକାଲି ହେଲମେଟ ଦାଣ୍ଡିଆର ଆୟୋଜନ ହୋଇଥିଲା । ଯେଉଁଥିରେ ସମିତି ପକ୍ଷରୁ ଶତାଧିକ ହେଲମେଟ ଯୋଗେଇ ଦେବାସହ ଉପସ୍ଥିତ ଅତିଥିମାନେ ହେଲମେଟ ବ୍ୟବହାର ଉପରେ ସମସ୍ତଙ୍କୁ ସଚେତନ କରିଥିଲେ । କେବଳ ସେତିକି ନୁହେଁ ଉତ୍ତମ ନୃତ୍ୟ ପ୍ରଦର୍ଶନ କରୁଥିବା ଅଂଶଗ୍ରହଣକାରୀମାନଙ୍କୁ ଶେଷ ଦିନରେ ସ୍କୁଟି ସହ ଅନେକ  ଆକର୍ଷଣୀୟ ଉପହାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।  

ବର୍ଷକୁ ଥରେ ଏଭଳି ସୁଯୋଗ ଆସୁଥିବା ବେଳେ ଦାଣ୍ଡିଆ ନୃତ୍ୟ ରେ ଝୁମି ଯାଆନ୍ତି ଛୁଆ ଠାରୁ ବୁଢା । ତେବେ ଏହା ମାଧ୍ୟମରେ ସମସ୍ତଙ୍କ ପାଇଁ ସଚେତନତା ର ବାର୍ତ୍ତା ଦେଉଥିବାରୁ ନିହାତି ସାଧୁବାଦ ର ପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.