Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବାଇକ୍‌ରେ ଡବଲ ଆରୋହୀ-ଡବଲ ହେଲ୍‌ମେଟ୍‌, ନହେଲେ ଗଣିବ ଫାଇନ୍

31/12/2020 at 12:56 PM

ଭୁବନେଶ୍ୱର ୩୧।୧୨: ଜାନୁଆରୀରୁ କଡ଼ାକଡ଼ା ଟ୍ରାଫିକ ଚେକିଂ । ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଆସନ୍ତାକାଲି ଠାରୁ ରାଜଧାନୀରେ କଡାକଡି ହେବ ଟ୍ରାଫିକ୍ ନିୟମ । ବାଇକ୍ ରେ ଯାଉଥିଲେ ଦୁଇ ଜଣ ହେଲମେଟ୍ ପିନ୍ଧିବା ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । ଏପିରିକି ଆସନ୍ତାକାଲିଠାରୁ ଗାଡିର କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ପୂର୍ବରୁ ମଧ୍ୟ ମନ୍ତ୍ରୀ ଏହି ଆଇନ୍‌ ସଂପର୍କରେ କହିଥିଲେ କି, ଏହି ଆଇନ ୨୦୧୯ ମସିହାରୁ ପାସ୍ ହେଲାଣି । କିନ୍ତୁ କରୋନା ମହାମାରୀ ପାଇଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଯଦି ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧି ନଥିବେ ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ଜନସାଧାରଣଙ୍କ ଜନ ଜୀବନ ସୁରକ୍ଷା ଦାୟିତ୍ବ ସରକାରଙ୍କ ଲକ୍ଷ୍ୟ । ଏବେ ଲୋକ ସଚେତନ ହେଲେଣି । ସମସ୍ତେ ସଚେତନ ହେବେ । ଏଣିକି ଜୋରଦାର ଚେକିଂ ହେବ ।

   Related Posts