ହେଲୋ… ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ଅଛି RDX, ଏମିତି ଫୋନ୍‌ କଲ୍‌ ପାଇବା ପରେ ଏୟାରପୋର୍ଟରେ ଖେଳିଗଲା ଚାଞ୍ଚଲ୍ୟ

Published By : Prameya-News7 Bureau | July 17, 2021 IST

ମୁମ୍ବାଇ ୧୭/୭: ଦୁବାଇରୁ ମୁମ୍ବାଇ ଆସୁଥିବା ଏକ ଚାଟର୍ଡ ବିମାନରେ ଆରଡିଏକ୍ସ ଥିବା ନେଇ ସୂଚନା ମିଳିବା ପରେ ଏୟାରପୋର୍ଟରେ ଭୟର ବାତାବରଣ ଖେଳିଯାଇଥିଲା। ଶନିବାର ଅପରାହ୍ଣ ୪ଟା ବେଳେ ଦିଲ୍ଲୀ କଂଟ୍ରୋଲ୍‌ ରୁମ୍‌ ଏନେଇ ସୂଚନା ମୁମ୍ବାଇ କଂଟ୍ରୋଲ୍‌ ରୁମ୍‌କୁ ଦେଇଥିଲା । ଖବର ମିଳିବା ପରେ ସିଆଇଏସଏଫ୍‌ ତୁରନ୍ତ ଚାଟର୍ଡ ବିମାନ ଯାଞ୍ଚ କରିବା ପରେ ଜଣାପଡ଼ିଲା ବିମାନରେ କିଛି ବି ନଥିଲା। କଲ୍‌ ଯାଞ୍ଚ ପ​‌ରେ ଜଣାପଡ଼ିଲା ତାହା ମଧ୍ୟ ଫେକ୍‌ ଥିଲା ।

ନକଲି କଲ୍‌
ନକଲି କଲ୍‌ ମିଳିବା ପରେ କିଛି ସମୟ ପାଇଁ ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏବେ ସ୍ଥିତି ସାମାନ୍ୟ ରହିଛି। ମୁମ୍ବାଇ ପୋଲିସ ଅନୁସାରେ, ‘ଦୁବାଇ-ମୁମ୍ବାଇ ବିମାନରେ ଆରଡିଏକ୍ସ ଥିବା ନେଇ ଫୋନ୍‌ ଆସିଥିଲା। କଲ୍‌ ମିଳିବା ପରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଥିଲା। ବିମାନଟିକୁ ଯାଞ୍ଚ କରାଯାଇଥିଲା କିନ୍ତୁ ସେଥିରୁ କିଛି ମିଳିନଥିଲା। ଯାଞ୍ଚ ପରେ ତାହା ଏକ ନକଲି ଫୋନ୍‌ କଲ୍‌ ଥିଲା ବୋଲି ଜଣାପଡ଼ିଥିଲା।’

ଜୟପୁରରୁ ସୁନା ଜବତ
ଏହାରି ଭିତରେ ଦୁବାଇରୁ ଜୟପୁର ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ପାଖରୁ ୧୭.୪୦ ଲକ୍ଷ ଟଙ୍କା ମୂଲ୍ୟର ୩୦୦ ଗ୍ରାମ ସୁନା ଜବତ ହୋଇଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ ଆଜି ଏକ ବିମାନ ଉଡ଼ାଣ ଭରିବା ପୂର୍ବରୁ ରନଓ୍ବେରୁ ଖସିଯାଇଛି । ଏଥିରେ ପାଇଲଟ୍‌ ସାମନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.