ଖତ ଖାଇବାକୁ ବସିଲାଣି ୬ ମାସ ତଳେ ତିଆରି ହୋଇଥିବା ୩ ହେଲିପ୍ୟାଡ

Published By : Prameya-News7 Bureau | November 29, 2019 IST

ସୁବର୍ଣ୍ଣପୁର ୨୯।୧୧ -  ଭିଆପି, ମନ୍ତ୍ରୀଙ୍କ ବ୍ୟବହାର ପାଇଁ ସୁବର୍ଣ୍ଣପୁରରେ ତିଆରି ହେ।ଇଥିଲା ୩ଟି ହେଲିପ୍ୟାଡ୍ । କିନ୍ତୁ ୬ ମାସ ନଯାଉଣୁ ଖତ ଖାଇବାକୁ ବସିଲାଣି । ପ୍ରଶାସନର ଖାମଖିଆଲି ମନେ।ବୃତ୍ତି ଯେ।ଗୁଁ ଠିକାଦାରଙ୍କ ଡମ୍ପିଂ ୟାର୍ଡ ପାଲଟିଛି ହେଲିପ୍ୟାଡ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ସହରବାସୀ ।

{"id":191697,"sizeSlug":"large"}

ଗତ ଏପ୍ରିଲରେ ସେ।ନପୁର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ଗସ୍ତ ବେଳେ ସହରକୁ ୩ଟି ହେଲିପ୍ୟାଡ ଉପହାର ସ୍ବରୂପ ଦେଇଥିଲେ । ୩୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ରାମେଶ୍ବର ଠାରେ ତିଆରି ହେ।ଇଥିଲା ୩ଟି ସ୍ଥାୟୀ ହେଲିପ୍ୟାଡ୍ । କିନ୍ତୁ ଉଦେଶ୍ୟ ପୁରଣ ହେବା ଆଗରୁ ନଷ୍ଟ ହେବାକୁ ବସିଛି ହେଲିପ୍ୟାଡ୍ । କେଉଁଠି ପିଚୁ ଫାଟି ଆଁ କରିଛି ତ ପୁଣି କେଉଁଠି ଗଡୁଛି ମଦ ବୋତଲ । ଜମା ହୋଇ ରହିଛି କୁଢ କୁଢ ସିମେଣ୍ଟ,ବାଲି,ଗୋଡି ଓ ମାଟି । ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏୟାରଷ୍ଟ୍ରିପ୍‌ ଖତ ହେବାକୁ ବସିଥିବା ବେଳେ ପୂର୍ତ୍ତ ବିଭାଗ ଠିକାଦାର ମନମାନୀ କରୁଥିବା ଅଭିଯେ।ଗ ହେ।ଇଛି ।

{"id":191698,"sizeSlug":"large"}

୬ ମାସ ନଯାଉଣୁ ପାଣିରେ ପଡିଲା ୩୦ଲକ୍ଷ ଟଙ୍କା । ହେଲିପ୍ୟାଡକୁ ସୁରକ୍ଷା ବାଡ ଦେବା ବଦଳରେବାଲି,ଚିସ୍ପ,ମେଟାଲ ରଖି ଏହାକୁ  ନଷ୍ଟ କରାଯାଉଛି । କିନ୍ତୁ ସବୁ ଜାଣି ବି ଆଖି ବୂଜି ଦେଇଛି ପ୍ରଶାସନ । ଏପଟେ କିନ୍ତୁ  ସରକାରୀ ସମ୍ପତ୍ତିର ସୁରକ୍ଷା ପ୍ରଶାସନର କର୍ତ୍ତବ୍ୟ ବେ।ଲି କହିଛନ୍ତି ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.