ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ୫ ମାସ ପରେ ଆରମ୍ଭ ହେଲା ହେଲିକେପ୍ଟର ସେବା: କୋଭିଡ୍ ଗାଇଡଲାଇନ୍ ଅନିବାର୍ଯ୍ୟ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭/୦୮ : ଗତ ୫ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବୁଧବାର ଦିନ ହେଲିକେପ୍ଟର ସେବା ଆରମ୍ଭ ହୋଇଛି | ବୁଧବାର ଦିନ ଆରମ୍ଭ ହୋଇଥିବା ଏହି ସେବା ପାଇଁ କେବଳ ହିମାଳୟନ ହେଲିକେପ୍ଟର କିଛି ଉଡାଣ ହୋଇଥିଲା | 

{"id":320781,"sizeSlug":"large"}

କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ମାସରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ରଦ୍ଦ କରାଯାଇଥିଲା | ବୁଧବାର ଠାରୁ ପୁଣି ହେଲିକେପ୍ଟର ସେବା ଆରମ୍ଭ କରାଯାଇଛି | ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ହିମାଳୟନ ହେଲିକେପ୍ଟର ଓ ଗ୍ଲୋବାଲ ଭେକ୍ଟ୍ରା କମ୍ପାନୀଗୁଡିକ ନିଜ ହେଲିକେପ୍ଟର ସେବା ପ୍ରଦାନ କରନ୍ତି | କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡଲାଇନ ଅନୁଯାୟୀ ଯାତ୍ରୀଙ୍କୁ ହେଲିକେପ୍ଟର କମ୍ପାନୀ ପିପିଇ କିଟ ଓ ସାନିଟାଇଜର ଦେଇଥିଲା |

{"id":320779,"sizeSlug":"large"}

ଏଥିପାଇଁ ଜଣେ ଯାତ୍ରୀଙ୍କ ଠାରୁ ୭୦ ଟଙ୍କା ଚାର୍ଜ କରାଯାଇଥିଲା | କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହେଲିକେପ୍ଟର କମ୍ପାନୀ ହେଲିପେଡ଼ରେ ନିୟୋଜିତ ନିଜର ସମସ୍ତ କର୍ମଚାରୀଙ୍କ ପାଇଁ ପିପିଇ କିଟ ପିନ୍ଧିବା ଅନିବାର୍ଯ୍ୟ କରିଛି | ଏହାସହ ଯାତ୍ରୀ ଓ ହେଲିକେପ୍ଟର କମ୍ପାନୀ କର୍ମଚାରୀଙ୍କ ପାଇଁ ସାମାଜିକ ଦୂରତା ପାଳନ କରିବା ଅନିବାର୍ଯ୍ୟ କରାଯାଇଛି | ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.