ହୃତ୍‌ପିଣ୍ଡ ନେଇ ଯାଉଥିବା ହେଲିକପ୍ଟର କ୍ରାସ୍‌, ତଥାପି ରୋଗୀଙ୍କ ପାଖରେ ସୁରକ୍ଷିତ ପହଞ୍ଚିଲା…

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଲୀ ୧୦/୧୧: ସମୟ ପୂର୍ବରୁ ରୋଗୀ ପାଖରେ ପହଞ୍ଚିଲା ହାର୍ଟ। ହୃତପିଣ୍ଡ ପହଞ୍ଚିବା ପରେ ବଞ୍ଚିଗଲା ରୋଗୀର ଜୀବନ। କିନ୍ତୁ ହୃତ୍‌ପିଣ୍ଡ ପହଞ୍ଚିବ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ଦମକଳବାହିନୀ ଓ ସ୍ବାସ୍ଥ୍ୟ କର୍ମୀ ଏହାକୁ ସମ୍ଭବ କରି ଦେଖାଇଥିଲେ।

ମିଳିଥିବା ସୂଚନା ଅନୁସାରେ ଏକ ଅଗଷ୍ଟା ଓ୍ବେଷ୍ଟ ଲ୍ୟାଣ୍ଡ ହେଲିକପ୍ଟର ସ୍ୟାନ୍‌ ଡିଏଗୋରୁ ଲସ୍‌ ଆଞ୍ଜେଲ୍ସ ଉଡ଼ାଣ ଭରିଥିଲା। ଯେଉଁଥରେ ଏକ ବାକ୍ସରେ ଥିଲା ମଣିଷ ହୃତ୍‌ପିଣ୍ଡ। ଯାହାକି ଏକ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହେବାର ଥିଲା।

ହେଲିକପ୍ଟର ହସ୍ପିଟାଲ୍‌ ଛାତରେ ଲ୍ୟାଣ୍ଡ କରୁଥିବା ବେଳେ କ୍ରାସ୍‌ ହୋଇଥିଲା। ଏହି ଘଟଣା ନଭେମ୍ବର ୯ ତାରିଖ ଦିନ ୩ଟାରେ ଘଟିଥିଲା। ତେବେ ହେଲିକପ୍ଟର କ୍ରାସ୍‌ ହୋଇଯିବା ପରେ ପାଇଲଟ୍‌‌ ସାମାନ୍ୟ ଆହତ ହୋଇଥିବା ବେଳେ ଦୁଇ ସ୍ବାସ୍ଥ୍ୟକର୍ମୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ଥିଲା ହୃତ୍‌ପିଣ୍ଡ ଆସିବ କେମିତି ? ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ସ୍ବାସ୍ତ୍ୟକର୍ମୀ ପହଞ୍ଚି ଏହାକୁ ସମ୍ଭବ କରିଥିଲେ। ହାଇଡ୍ରୋଲିକ୍‌ ମେସିନ୍‌ ସାହାଯ୍ୟରେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା କେଲିକପ୍ଟର ମଧ୍ୟରୁ ହୃତ୍‌ପିଣ୍ଡ ଥିବା ବାକ୍ସ ଉଦ୍ଧାର କରିଥିଲେ। ସେଠା​‌ରେ ଉପସ୍ଥିତ ସ୍ବାସ୍ଥ୍ୟ କର୍ମୀ ହୃତ୍‌ପିଣ୍ଡ ନେଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରିଥିଲେ। ଠିକ୍‌ ସମୟରେ ରୋଗୀଙ୍କ ଚିକିତ୍ସା ହୋଇଥିବାରୁ ଏବେ ରୋଗୀ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.