କବାଡିବାଲା ଘରେ ହେଲିକପ୍ଟର : ଦେଖିବାକୁ ଛୁଟୁଛି ଲୋକଙ୍କ ଗହଳି, ଫଟୋ ଉଠା ସହ ପାଲଟିଛି ମନୋରଞ୍ଜନର ମାଧ୍ୟମ

Published By : Prameya-News7 Bureau | June 23, 2021 IST

ପଞ୍ଜାବ ୨୩/୬ : କବାଡିବାଲା ଘରେ ହେଲିକପ୍ଟର । ଏହା ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏକଥା ସତ । ପଞ୍ଜାବ ମାନସାରେ ଥିବା ଜଣେ କବାଡିବାଲା ଭାରତୀୟ ସେନା ଠାରୁ କିଣିଆଣିଛନ୍ତି ୩ଟି ହେଲିକପ୍ଟର । ଆଉ ସହରରେ ପହଞ୍ଚିବା ପରେ ଲାଗିଛି ଲୋକଙ୍କ ଭିଡ । ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଛୁଟି ଆସୁଛନ୍ତି ।

wp:gallery {"ids":[470061],"linkTo":"none"} /wp:gallery

ପ୍ରତି ହେଲିକପ୍ଟରର ଓଜନ ୧୦ ଟନ୍ । ଯାହାକୁ କବାଡିବାଲା ଭାରତୀୟ ସେନା ନିକଟରୁ କିଣିଥିଲା । ସୂଚନା ଥାଉକି ଭାରତୀୟ ସେନାର ୫ଟି କଳଙ୍କୀ ଲଗା ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ ମୁମ୍ୱାଇର ଗୋଟିଏ ପାର୍ଟି କିଣିଥିଲେ । ସେହିଭଳି ଅନ୍ୟ ୨ଟି ବିମାନଙ୍କୁ ଲୁଧିୟାନାର ହୋଟେଲ ମାଲିକ କିଣିନେଇଥିଲେ । ଆଉ ବାକି ୩ଟିକୁ ମାନସାର ଏହି କବାଡିବାଲା ମିଟୁ କିଣିଆଣିଥିଲେ ।

wp:gallery {"ids":[470062],"linkTo":"none"} /wp:gallery

ଯାହା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସାରା ସହରର ଲୋକେ ଏବେ ଧାଇଁ ଆସୁଛନ୍ତି ଏସବୁକୁ ଦେଖିବାକୁ । କେବଳ ଦେଖିବାକୁ ନୁହେଁ ହେଲିକପ୍ଟର ଉପରେ ଚଢି ଭିତରେ ଏବଂ ବାହାରେ ଠିଆ ହୋଇ ଫଟୋ ମଧ୍ୟ ଉଠାଉଛନ୍ତି । ଆଉ ଏହାକୁ ଦେଖିବା ପରେ କବାଡିବାଲି ମିଟୁ ବି ବେଶ ଖୁସି ଅନୁଭବ କରୁଛନ୍ତି । ଏବେ ହେଲିକପ୍ଟର ସହରରେ ମନୋରଞ୍ଜନର ମାଧ୍ୟମ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.