କେଦାରନାଥ ଯାତ୍ରା ପାଇଁ ମିଳୁନାହିଁ ହେଲି ଟିକେଟ୍, ଜାଣନ୍ତୁ କେବେ ଶେଷ ହେବ ଅନଲାଇନ ବୁକିଂ

Published By : Prameya-News7 Bureau | October 22, 2021 IST

କେଦାରନାଥ ୨୨/୧୦ : ଚାରଧାମ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ହେଲି ଟିକେଟ ମଧ୍ୟ ସରିବାକୁ ବସିଲାଣି। ଜିଏମଭିଏନ (GMVN) ୱେବସାଇଟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଟିକେଟ ଉପଲବ୍ଧ ନାହିଁ। ଅଫଲାଇନରେ ଟିକେଟ ନେବା ପାଇଁ ମଧ୍ୟ ହ୍ୟାଲିପେଡରେ ବିଶୃଙ୍ଖଳା ଦେଖାଯାଉଛି। କେଦାରନାଥ ଧାମର ଦ୍ୱାର ନଭେମ୍ବର ୬ ତାରିଖରେ ବନ୍ଦ ହେବ। ଏହା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କର କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଉତ୍ସାହ ଲାଗି ରହିଛି।

ଏହି ବର୍ଷ କରୋନା କଟକଣା କାରଣରୁ ସାଢ଼େ ଚାରିମାସ ପାଇଁ ଚାରଧାମ ଯିବାକୁ ଅନୁମତି ମିଳିନଥିଲା । ଏହି କାରଣରୁ ଗତଦୁଇ ସପ୍ତାହରେ ହେଲି ଟିକେଟ ନେବାପାଇଁ ବିବାଦ ଦେଖା ଯାଇଛି। ହେଲିସେବାର ଟିକେଟ ଜିଏମଭିଏନ (GMVN) ୱେବସାଇଟରେ ବୁକ କରାଯାଉଛି। ଗୁରୁବାର ଅପରାହ୍ଣ ତିନିଟା ପର୍ଯ୍ୟନ୍ତ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଟିକେଟ ଉପଲବ୍ଧ ନଥିଲା।

{"id":531353,"sizeSlug":"full","linkDestination":"none"}

ଜିଏମଭିଏନ (GMVN) ତିରିଶ ପ୍ରତିଶତ ଟିକେଟ କେଦାର ଘାଟିରେ ଥିବା ତିନୋଟି ହେଲିପ୍ୟାଡରେ ଉପଲବ୍ଧ କରାଉଛି। କିନ୍ତୁ ଏଠାରେ ବି ଯାତ୍ରୀଙ୍କର ଲମ୍ୱା ଲାଇନ୍ ଲାଗି ରହୁଛି। ଅନ୍ୟପକ୍ଷରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଟିକେଟ ବୁକ କରାଯାଉଛି। କିନ୍ତୁ ସର୍ବସାଧାରଣଙ୍କ ପାଇଁ ଦୀପାବଳିର ଦିନେ ଦୁଇଦିନ ପୂର୍ବରୁ ଅନଲାଇନ ଟିକେଟ ବୁକିଂ ବନ୍ଦ ହେବା ସହ ସେବାକୁ ସୀମିତ କରିଦିଆଯିବ।
ଏଥର ସାତଟି ହ୍ୟାଲିପେଡ କମ୍ପାନୀ ସେବା ଯୋଗାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୫ହଜାର ୭୪୫ଟି ଟିକେଟ ବୁକ ହୋଇ ସାରିଛି। ଏବେସୁଦ୍ଧା ୨୦ହଜାର ୮୫୦ଜଣ ଯାତ୍ରୀ ଏହାର ଲାଭ ଉଠାଇ ସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.