Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲ୍ ଖୋଲିଲେ ଅନନ୍ତ ହେଗଡେ, କହିଲେ ଏଥିଲାଗି ହୋଇଥିଲା ୮୦ ଘଣ୍ଟିଆ ମୁଖ୍ୟମନ୍ତ୍ରୀ ଡ୍ରାମା, ଫଡନବୀଶଙ୍କ ଅସ୍ୱୀକାର

ମୁମ୍ବାଇ ୨।୧୨: ବିଜେପି ସାଂସଦ ଅନନ୍ତ ହେଗଡେ ଏକ ବୟାନରେ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ ‘କେନ୍ଦ୍ର ସରକାରଙ୍କ ୪୦ ହଜାର କୋଟି ଟଙ୍କା ଫେରାଇବା ଲାଗି ୮୦ ଘଣ୍ଟିଆ ମୁଖ୍ୟମନ୍ତ୍ରୀ ଡ୍ରାମା କରାଯାଇଥିଲା’। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ନିୟନ୍ତ୍ରଣରେ ଏହି ଟଙ୍କା ଥିଲା। ଯଦି ପୂର୍ବରୁ ଶିବସେନା, ଏନସିପି ଓ କଂଗ୍ରେସର ମହା ବିକାଶ ଅଗାଢି ସରକାର କରିଥାନ୍ତେ ତେବେ ଏହି ବିପୁଳ ଅର୍ଥର ହେରଫେର ଆଶଙ୍କା ଥିଲା। ଏଣୁ ମହାରାଷ୍ଟ୍ର ସରକାରଙ୍କୁ ମଞ୍ଜୁର କରାଯାଇଥିବା ୪୦ ହଜାର କୋଟି ଟଙ୍କା ଯେପରି କେନ୍ଦ୍ରକୁ ସୁଗମ ଟ୍ରାନ୍ସଫର ହୋଇପାରିବ ସେଥିଲାଗି  ଫଡନବୀଶଙ୍କୁ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ରବିବାର ଉତ୍ତର କନ୍ନଡ ଅଞ୍ଚଳରେ ହୋଇଥିବା ଏକ ଜନସଭା ଅବସରରେ ହେଗଡେ  ତାଙ୍କ ଭାଷଣରେ ଏହି ତଥ୍ୟ ଉଜାଗର କରିଛନ୍ତି। ସମସ୍ତ ଜାଣିଥିଲେ ବିଜେପିର ସଂଖ୍ୟାମତ ନାହିଁ। ଏଣୁ ପ୍ରଥମରୁ ହିଁ ବିଜେପି ସରକାର ଦୌଡରୁ ନିଜକୁ ଦୂରେଇ ନେଇଥିଲା। ତେବେ  ରାଜ୍ୟର ବିକାଶ କାର୍ଯ୍ୟ ଲାଗି କେନ୍ଦ୍ରରୁ ମିଳିଥିବା ୪୦ ହଜାର କୋଟି ଟଙ୍କାର ନିୟନ୍ତ୍ରଣ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲା। ଏଣୁ ସରକାର ଗଠନର ସମସ୍ତ ରାସ୍ତା ବନ୍ଦ ଥିବାରୁ ମୁଖ୍ୟମନ୍ତ୍ରୀ ଡ୍ରାମା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣର ୧୫ ଘଣ୍ଟା ମଧ୍ୟରେ ଫଡନବୀଶ କେନ୍ଦ୍ରୀୟ କୋଷ କେନ୍ଦ୍ରକୁ ହସ୍ତାନ୍ତରଣ ସହ ତାଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ କରିଥିଲେ ବୋଲି ହେଗଡେ କହିଛନ୍ତି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କେବଳ ମୁଖ୍ୟମନ୍ତ୍ରୀ ଥିଲେ, ତେବେ ତାଙ୍କର କୌଣସି ନୀତିଗତ ନିଷ୍ପତ୍ତି ନେବାର ଅଧିକାର ନଥିଲା। ଏଣୁତାଙ୍କୁ ନେଇ ଯେଉଁ ଆରୋପ ଓ ପ୍ରତ୍ୟାରୋପ ଚାଲିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।

ସେପଟେ ରବିବାର ହେଗଡେଙ୍କ ବୟାନ ପରେ ଶିବସେନା ନେତା ସଞ୍ଜୟ ରାଉତ ଟ୍ୱିଟ୍ କରି ଯଦି ଫଡନବୀଶ ଏପରି କିଛି କରିଛନ୍ତି ତେବେ ଏହା ରାଜ୍ୟ ଓ ରାଜ୍ୟବାସୀଙ୍କ ଲାଗି ଧୋକା ବୋଲି କହିଥିଲେ। ତେବେ ଫଡନବୀଶ ପ୍ରସଙ୍ଗରେ ସ୍ପଷ୍ଟିକରଣ ଦେଇସାରିଥିବାରୁ ରାଜ୍ୟ ରାଜନୀତିରେ ଉଠିଥିବା ଝଡ ଥମିଯାଇଛି।  

704 Views

   ସମ୍ବନ୍ଧିତ ଖବର