Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁରରେ ଆଦାୟ ହେଲା ସବୁଠୁ ବଡ ଫାଇନ୍, ନାଗାଲାଣ୍ଡ ଟ୍ରକ୍‌ରୁ ୬ଲକ୍ଷ ୫୩ହଜାର ଶହେ ଟଙ୍କାର କଟିଲା ଚାଲାଣ

14/09/2019 at 9:08 AM

ସମ୍ବଲପୁର ୧୪।୯: ସମ୍ବଲପୁରରେ କଟିଲା ଦେଶର ସବୁଠୁ ବଡ ଜରିମନା । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସମ୍ବଲପୁରରେ ଆଦାୟ ହେଲା ଦେଶର ସବୁଠୁ ବଡ ଫାଇନ୍ । ଆଇନ ଉଲ୍ଲଂଘନ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନଥିବାରୁ ନାଗାଲାଣ୍ଡ ଟ୍ରକକୁ ୬ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ଆରଟିଓ ।

ସମ୍ବଲପୁର ରେମେଡରେ ଚେକିଂ ଚାଲିଥିବାବେଳେ ଏହି ଜରିମନା କରାଯାଇଛି । ଏହି ଟ୍ରକଟି ନାଗାଲାଣ୍ଡର ଶୈଳେଶ ଶଙ୍କର ଲାଲ ଗୁପ୍ତାଙ୍କ ନାଁରେ ଥିବା ଜଣାପଡିଛି । ଆଇନ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦୦୦ ଟଙ୍କା, ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରୁଥିବାରୁ ୫ହଜାର, ପରମିଟ୍ ନଥିବାରୁ ୫ହଜାର, ବୀମା ସାର୍ଟିଫିକେଟ୍ ନଥିବାରୁ ୧ହଜାର ଟଙ୍କା, ୨୧-୭- ୨୦୧୪ରୁ ୩୦-୯-୨୦୧୯ ପର୍ଯ୍ୟନ୍ତ ଓମଭିଟି -୩ ଟିକସ ବାବଦକୁ ୬ଲକ୍ଷ ୪୦ ହଜାର ୫୦୦ ଟଙ୍କା ଚାଲାଣ କାଟିଛି ସମ୍ବଲପୁର ଆରଟିଓ ।

   Related Posts