Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ପିପିଲି ଉପନିର୍ବାଚନରେ ପ୍ରଚାର କରିବେ ହେବିଓ୍ଵେଟ୍, ନବୀନ କରିବେ ଭର୍ଚୁଆଲ ରାଲି, ୧୩ରେ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

7/04/2021 at 7:59 PM

ଭୁବନେଶ୍ଵର/ପିପିଲି ୦୭।୦୪: ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍‌ ପ୍ରଚାର କରିବେ ହେବି ୱେଟ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିବେ ନବୀନ । ସେପଟେ ବିଜେପିର ଷ୍ଟାର ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ ପ୍ରଚାର ପାଇଁ  ୧୩ରେ ପିପିଲି ମଇଦାନକୁ ଓହ୍ଲାଇବେ । ନିର୍ବାଚନ ମଣ୍ଡଳୀରେ ରାଲି କରି ଭୋଟ ମାଗିବେ । ସେହିଭଳି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ବି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ।

ପିପିଲି ଉପନିର୍ବାଚନରେ ଭୋଟ ପ୍ରଚାର କରିବେ ତିନି ଦଳର ହେବି ୱେଟ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ଷ୍ଟାର ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପିପିଲିରେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ବିଜେଡିର  ଷ୍ଟାର କ୍ୟାମ୍ପେନର ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲିରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଲାଗି ଭର୍ଚୁଆଲ ମୋଡରେ ଭୋଟ ପାଇଁ ଅପିଲ କରିବେ । ନବୀନଙ୍କ ଭୋଟ ପ୍ରଚାର, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲା ପରିଷଦ ଜୋନ ଭିତ୍ତିରେ ଲୋକଙ୍କୁ ଏକାଠି କରିବ ବିଜେଡି । ନିର୍ଦ୍ଦିଷ୍ଟ ଭାବେ ତାରିଖ ଠିକ ହୋଇ ନଥିଲେ ବି ୧୨ରେ ମୁଖ୍ୟମନ୍ତ୍ରୀ ଭୋଟ ପ୍ରଚାର କରିବେ ବୋଲି ସୂଚନା ମିଳିଛି।

ସେପଟେ ଷ୍ଟାର ପ୍ରଚାରକଙ୍କୁ ନେଇ କାଲିଠୁ ଜିଲ୍ଲା ପରିଷଦ ଜୋନ ଅନୁଯାଇ ରାଲି କରି ପ୍ରଚାରକୁ ଜୋରଦାର କରିବ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୩ରେ ପିପିଲି ଯାଇ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ପ୍ରଚାର କରିବେ । ନିର୍ବାଚନ ମଣ୍ଡଳୀ ସାରା ରାଲି କରିବା ସହ ଧର୍ମେନ୍ଦ୍ର ସାଧାରଣ ସଭା କରିବା ଯୋଜନା ରହିଛି । ସେପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ମଧ୍ୟ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ।

ଦଳୀୟ ନେତା ଓ ପ୍ରାର୍ଥୀମାନେ କିନ୍ତୁ ଏବେଠୁ ଝାଳ ବୁହା ପ୍ରଚାର ଚଳାଇଛନ୍ତି । ମୁଣ୍ଡ ଫଟା ଖରାକୁ ନିର୍ବାଚନ ପ୍ରଚାର ପିପିଲି ମଇଦାନକୁ ଆହୁରି ସରଗରମ କରିଛି । ବେରୋବୋଇରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ନିଜ ପ୍ରଚାର ଚଳାଇଛନ୍ତି । ସେପଟେ ବିଜେଡି ପ୍ରାର୍ଥୀ ରୁଦ୍ର ଆଜି ଦାଣ୍ଡମୁକୁନ୍ଦପୁରେ ପ୍ରଚାର କରିଥିବା ବେଳେ ବିଜେଡିର ହେବି ୱେଟ ନେତା ସଞ୍ଜୟ ଦାସବର୍ମା ଡେଲାଙ୍ଗରେ ଦଳ ପାଇଁ ପ୍ରଚାର କରିଛନ୍ତି ।  ଡେଲାଙ୍ଗରେ  ଭୋଟ ପ୍ରଚାର କରିବା ବେଳେ କଂଗ୍ରେ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ଅସୁସ୍ଥି ହୋଇ ପଡିବାରୁ ତାଙ୍କୁ ଡେଲାଙ୍ଗ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାର୍ଥୀଙ୍କ ଅନୁପସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୋଟ ପ୍ରଚାର କରିଥିଲେ।

ସେପଟେ ପିପିଲି ଟୋଲଗେଟ୍ ନିକଟରୁ ଦୁଇ ଯୁବକଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ତଦନ୍ତ ଜାରି ରହିଛି । ନିର୍ବାଚନ ସମୟରେ ଏହି ଟଙ୍କା କେଉଁଠୁ ଆସୁଥିଲା ଏବଂ କେଉଠିକୁ ଯାଉଥିଲା ତାର ଛାନଭିନ୍ କରୁଛି ପୋଲିସ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଏବଂ ନିରପେକ୍ଷ ଭାବେ କରିବାକୁ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ପୁରୀ ଏସ୍ ପି କହିଛନ୍ତି ।  ପିପିଲି ଉପନିର୍ବାଚନ ପାଇଁ ୧୭ରେ ପଡିବ ଭୋଟ । ଏଥିପାଇଁ ପ୍ରଚାର ଜୋର ଧରିଥିବା ବେଳେ ସବୁ ଦଳର ହେବି ୱେଟ୍ ପିପିଲି ମୁହାଁ । ହେଲେ ସବୁ ନିର୍ଭର କରିବ ଭୋଟରଙ୍କ ମୁଡ ଉପରେ।

   Related Posts