Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବୀନ, ରାଜନାଥ, ଧର୍ମେନ୍ଦ୍ର ଓ ରାଜ ବବ୍ବରଙ୍କ ନିର୍ବାଚନୀ ସଭା, କିଏ କାହାକୁ କେଉଁ ତୀର ବିନ୍ଧିଲେ ଜାଣନ୍ତୁ…

25/04/2019 at 4:45 PM

ଭୁବନେଶ୍ବର ୨୫|୪: କେନ୍ଦ୍ରରେ କୌଣସି ଜାତୀୟ ଦଳକୁ ଏଥର ବହୁମତ ମିଳିବିନି । ସରକାର ଗଠନରେ ଓଡିଶା ଏବଂ ଓଡିଶାବାସୀଙ୍କ ବିଶେଷ ଭୂମିକା ରହିବ । ଆଜି ବାରିପଦାରେ ପୁଣି ଏମିତି ଭବିଷ୍ୟବାଣୀ କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଉତ୍ତର ଓଡିଶାରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ନବୀନ । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାର ଆଭିଯାନ ଆରମ୍ଭ କରିଥିଲେ ନବୀନ ।

କପ୍ତିପଦାରେ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ୍ କରିଥିଲେ । ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତା ଓଡିଶା ଧାଇଁ ଆସୁଛନ୍ତି, ହେଲେ ବିପର୍ଯ୍ୟୟ ବେଳେ ସେମାନଙ୍କର କାହାର ବି ଦେଖାମିଳେନି । ଏପରିକି ଓଡିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀଙ୍କର ବି ଦେଖା ମିଳିନଥିଲା ।

୫ ବର୍ଷ ସୁଯୋଗ ଦିଅ, ଓଡ଼ିଶାକୁ ୧ ନମ୍ବର କରିଦେବୁ । ଆଜି ଯାଜପୁର ବରୀରେ ବିଜେପି ପାଇଁ ପ୍ରଚାର କରି ଏହା କହିଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କାହିଁକି ଆୟୁଷ୍ମନ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନାହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ । ଡବଲ ଇଂଜିନର ନାରା ଦେବା ସହ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଓଡ଼ିଶା ୫ ବର୍ଷରେ ୧ ନମ୍ବର ହେବ ବୋଲି  କହିଛନ୍ତି । କେବଳ ବିଜେଡି ନୁହେଁ, କଂଗ୍ରେସ ଉପରେ ବି ବର୍ଷିଥିଲେ ରାଜନାଥ । ଦେଶ କଂଗ୍ରେସ ମୁକ୍ତ ହେଲେ ଗରିବୀ ହଟିବ ବୋଲି ରାଜନାଥ କହିଛନ୍ତି । ବରୀ ଗୋବିନବାଟି ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ  ଯୋଗଦେଇ ବିଜେପି ପାଇଁ ଭୋଟ ମାଗିଥିଲେ ରାଜନାଥ ।

ବରୀ ପରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏବଂ ପୁରୀ ଜିଲ୍ଲା ନିମାପଡା ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଭଦ୍ରକ ଚାନ୍ଦବାଲି ଠାରେ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ଅପରାହଣରେ ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକର ନିଗମାନନ୍ଦ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଛନ୍ତି । ଚଳିତ ନିର୍ବାଚନରେ ଏହା  ରାଜନାଥଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ।

ପ୍ରଚାର ବେଳେ ଜୋର ଧରିଛି ନିମନ୍ତ୍ରଣ ରାଜନୀତି । ନିର୍ବାଚନ ସରିନି ହେଲେ ଶପଥ ଗ୍ରହଣ ସମାରୋହରେ କିଏ କାହକୁ ଅତିଥି କରିବ ତାକୁ ନେଇ ଜୋର ଧରିଛି କଟାକ୍ଷ । ବାଲେଶ୍ବର ଓ କେନ୍ଦ୍ରପଡାରେ ପ୍ରଚାର କରି ପ୍ରଥମେ ନବୀନଙ୍କୁ କଟାକ୍ଷ କରିଥିଲେ ମୋଦି । ନବୀନ କ୍ଷମତାରୁ ଯିବା ନିଶ୍ଚିତ, ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ମୋଦି କହିଥିଲେ । ଆଉ ସେଇ ବାଲେଶ୍ବର କାଲି ନବୀନ ଏହା ଯଜବା ଦେଇଥିଲେ । କହିଥିଲେ ରାଜ୍ୟରେ ବିଜେଡି ସରକାର ଗଢିବା ନିଶ୍ଚିତ । ଏମିତିକି ଶପଥ ଗ୍ରହଣ ସମାରୋହରେ ଅତିଥି ଭାବେ ଯୋଗ ଦେବାକୁ ନବୀନ ବିନମ୍ରତାର ସହ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ।

ଆଜି ଏହାର ଜବାର ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଲେଶ୍ବରରେ ପ୍ରଚାର ବେଳେ ଧର୍ମେନ୍ଦ୍ର କହିଛନ୍ତି ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚିତ । ବିଜେପି ସରକାର ଗଢ଼ିବ । ଶପଥଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ । ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଜଳେଶ୍ବର, ସିମୁଳିଆରେ ଆଜି ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର । ସଂଧ୍ୟାରେ ମହାଙ୍ଗା ଏବଂ ସାଲେପୁରରେ ପ୍ରଚାର କରିବେ । ସାଲେପୁରରେ ଆଜାଦ ବଜାରରେ ମଧ୍ୟ ଧର୍ମେନ୍ଦ୍ର ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

କଂଗ୍ରେସ ନେତା ତଥା ବଲିଉଡ୍ ଷ୍ଟାର ରାଜ୍ ବବରଙ୍କ ନିର୍ବ।ଚନୀ ପ୍ରଚାର । ଭଦ୍ରକ ସହରର ମହାବୀର ପଡିଆରେ କଂଗ୍ରେସର ଏକ ବିଶାଳ କର୍ମୀ ସମାବେଶରେ ଯୋଗ ଦେଇ ଦଳ ପାଇଁ ଭୋଟ ମାଗିଛନ୍ତି ରାଜ ବବର । ଭଦ୍ରକର ପୁରୁଣା ବଜାର ଛକ, ଲାହାପଟି, ନଙ୍ଗାମହଲା, ସନ୍ଥିଆ ଆଦି ସ୍ଥାନରେ ରୋଡ ସୋ କରିଛନ୍ତି । ରାଜ ବବରଙ୍କ ସହ ଭଦ୍ରକ ସାଂସଦ ପ୍ରାର୍ଥିନୀ ମଧୁମିତା ସେଠୀ ଓ ଭଦ୍ରକ ବିଧାନସଭା ଆସନର କଂଗ୍ରସ ପ୍ରାର୍ଥୀ ନଳିନୀ ମହାନ୍ତି ରୋଡ ସୋରେ ଥିଲେ । ରାଜ ବବର ମୋଦିକୁ ସମାଲୋଚନା କରିବା ସହ ତାଙ୍କ ଲଢେଇ ସ୍ଥାନୀୟ ସରକାର ବିରୋଧରେ ନୁହେଁ ବୋଲି କହିଛନ୍ତି ।

ରେ କଂଗ୍ରେସର ଏକ ବିଶାଳ କର୍ମୀ ସମାବେଶରେ ଯୋଗ ଦେଇ ଦଳ ପାଇଁ ଭୋଟ ମାଗିଛନ୍ତି ରାଜ ବବର । ଭଦ୍ରକର ପୁରୁଣା ବଜାର ଛକ, ଲାହାପଟି, ନଙ୍ଗାମହଲା, ସନ୍ଥିଆ ଆଦି ସ୍ଥାନରେ ରୋଡ ସୋ କରିଛନ୍ତି । ରାଜ ବବରଙ୍କ ସହ ଭଦ୍ରକ ସାଂସଦ ପ୍ରାର୍ଥିନୀ ମଧୁମିତା ସେଠୀ ଓ ଭଦ୍ରକ ବିଧାନସଭା ଆସନର କଂଗ୍ରସ ପ୍ରାର୍ଥୀ ନଳିନୀ ମହାନ୍ତି ରୋଡ ସୋରେ ଥିଲେ । ରାଜ ବବର ମୋଦିକୁ ସମାଲୋଚନା କରିବା ସହ ତାଙ୍କ ଲଢେଇ ସ୍ଥାନୀୟ ସରକାର ବିରୋଧରେ ନୁହେଁ ବୋଲି କହିଛନ୍ତି ।

   Related Posts