Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପାଟକୁରାରେ ‘ବିଜେଡି ନେତା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଜିତାଇବାକୁ ଚାହୁଁଛନ୍ତି, ଆଉ ବିଜେପି ନେତା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଜିତାଇବାକୁ ଉଦ୍ୟମ କରୁଛନ୍ତି’!

9/07/2019 at 5:38 PM

ଭୁବନେଶ୍ବର ୯|୭: ମଝିରେ ପ୍ରଚାର ଆଉମାତ୍ର ୧୦ଦିନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧ।ରଣ କରିବେ ପାଟକୁରା ଭୋଟର । ଭୋଟରଙ୍କୁ ମନେଇବା ପାଇଁ ଏବେ ବିଜେଡି, ବିଜେପିର ହେଭିୱେଟ ନେତାମାନେ ପହଁଚିଛନ୍ତି ମୈଦାନରେ । ବିଜେଡିର ପ୍ରାୟ ତିନି ଡଜନ ବିଧାୟକ ଓ ମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିର କିଛି ଟାଣୁଆ ନେତା ଆଜି କେନ୍ଦ୍ରାପଡାରେ ପହଁଚିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ୍ ଗୁରୁବାର ଦିନ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛି । ଏସବୁ ଭିତରେ ବେଶ୍ ଜମୁଛି ବୟାନବାଜି ।

ନିର୍ବାଚନ ଡେଟ୍ ଯେତିକି ପାଖଉଛି ବୟାନବାଜି ସେତିକି ସାର୍ପ ହେଉଛି । ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋ ଦଳର କିଛି ସ୍ଥାନୀୟ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ । ତୁରନ୍ତ ଏହି ଖବର ଶୁଣି ଏହାକୁ ବିଜେଡି କୋର୍ଟକୁ ଟର୍ଣ୍ଣ କରିଦେଇ ବିଜୟ ମହାପାତ୍ର କହିଥିଲେ ବିଜେଡିର ୯୦ ପ୍ରତିଶତ ତଳସ୍ତରର କର୍ମି ଅସନ୍ତୁଷ୍ଟ ।

ଆଜି ବିଜେପି ନେତା ଭୃଗୁ ବକ୍ସିପାତ୍ର ପୁଣି ଏକ ଗୁଗୁଲି ଫିଙ୍ଗି କହିଛନ୍ତି ବିଜେଡିର ଯେତେନେତା ପାଟକୁରାରେ ଡେରା ପକାଇଛନ୍ତି ସମସ୍ତେ ଚାହୁଁଛନ୍ତି ବିଜୟ ମହାପାତ୍ର ଜିତନ୍ତୁ । ଲାଗୁଛି ବିଜେପି ମାଇଣ୍ଡ ଗେମ୍ ରେ ପାଟକୁରା ଜଙ୍ଗ୍ ଜିତିବାକୁ ଚାହୁଁଛି । ହେଲେ ବିଜେଡି ବିଜେପିର ଏଭଳି ଗୁଗୁଲିକୁ ଷ୍ଟ୍ରେଟ ଖେଳିଛି । ଦଳ କହିଛି ଯଦି ବିଜେଡି ନେତା  ବିଜେପି ପ୍ରାର୍ଥିଙ୍କୁ ଜିତାଇବାକୁ ସେଠିକି ଯାଇଛନ୍ତି ତାହାଲେ ବିଜେପି ନେତା ବି ବିଜେଡି ପ୍ରାର୍ଥି ସାବିତ୍ରୀ ଅଗ୍ରଓାଲଙ୍କୁ ଜିତାଇବା ଯୋଜନାରେ ଅଛନ୍ତି ।

ଏବେ ପାଟକୁରାରୁ ଡେରାବିଶ ବିଜେଡି କ୍ୟାମ୍ପେନର ଓଭରଫ୍ଲୋ ଅବସ୍ଥା । ଶାସକ ବିଜେଡି ର ପ୍ରାୟ ୩୦ ରୁ ଅଧିକ ବିଧାୟକ ଓ ମନ୍ତ୍ରୀ ଏବେ ପାଟକୁରା ପ୍ରଚାରରେ ନିୟୋଜିତ ହୋଇଛନ୍ତି ।ବ୍ଲକ ଓ ପଞ୍ଚାୟତ ଓାରି ଦାଇତ୍ବ ବଣ୍ଟା ଯାଇଛି ।  

ଡେରାବିଶ ବ୍ଲକ୍ ର ଟିମ୍ ଲିଡର ଭାବେ ବିଧାୟକ ସଂଜୟ ଦାଶବର୍ମା  ଓ  ମନ୍ତ୍ରୀ ଅରୁଣ ସାହୁ ମୋର୍ଚ୍ଚା ସମ୍ଭାଳିଛନ୍ତି । ତାଙ୍କୁ ସହଯୋଗ କରୁଛନ୍ତି ୧୩ ଟାଣୁଆ ନେତା । ଗରଦପୁର ବ୍ଲକ୍ ଦାୟିତ୍ବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ ୧୦ ଜଣ ମନ୍ତ୍ରୀ ବିଧାୟକ ଗଡ ସମ୍ଭାଳିଛନ୍ତି । ସେହିଭଳି ମାର୍ଶାଘାଇ ବ୍ଲକରେ ୬ ବଡନେତାଙ୍କୁ ଦାୟିତ୍ବ ଦେଇଛି ବିଜେଡି ।

ଅନ୍ୟପକ୍ଷରେ ବିଜେପିର ଭୃଗୁ ବକ୍ସିପାତ୍ର, କନକ ବର୍ଦ୍ଧନ ସିଂଦେଓ ଓ ମନମୋହନ ସାମଲ ଭଳି କିଛି ନେତା ପ୍ରଥମ ପର୍ଯ୍ୟାୟରେ ପାଟକୁରା ପ୍ରଚାର ଭାର କାନ୍ଧକୁ ନେଇଛନ୍ତି । ପରେ ଆଉ କିଛି ନେତା ମଧ୍ୟ ପାଟକୁରା ଗଡିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।କାଲି କଂଗ୍ରେସର ରଣନୀତି ବୈଠକ ବସିବ ପାଟକୁରା ନିର୍ବାଚନ ପାଇଁ । ତାପରେ ପିସିସି ସଭାପତିଙ୍କ ସମେତ ବିଧାୟକ ମହମ୍ମଦ ମୋକିମ୍, ତାରା ପ୍ରସାଦ ବାହିନୀ ପତି, ଗଣେଶ୍ବର ବେହେରା, ସୁର ରାଉତରାୟଙ୍କ ଭଳି କିଛି ନେତା ପାଟକୁରା ମୈଦାନକୁ ଲମ୍ଫ ଦେବେ ।

ବାସ୍ତବ ଲଢେଇ ହେଉଛି ବିଜେଡି ବିଜେପି ଭିତରେ । ଏସବୁ ପରେବି ଭୋଟର କାହାକୁ ସେମାନଙ୍କ ପ୍ରତିନିଧି ଭାବେ ଦେଖିବାକୁ ଚାହୁଁଛନ୍ତି ତାହା ହିଁ ଦେଖିବାକୁ ମିଳିବ ଭୋଟଗଣତି ଦିନ ।

   Related Posts