ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
6/03/2021 at 1:11 PM

ଚାନ୍ଦବାଲି ୬।୩: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେଡି ଦଳ ପକ୍ଷରୁ ସ୍ଥାନୀୟ ବିଜୁ ସ୍ମୃତି ଭବନରେ ଏକ ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଚାନ୍ଦବାଲି ବ୍ଲକର ହେବିଓ୍ବେଟ୍ ନେତା ପ୍ରତାପ ଧଳ ପୁଣି ନିଜ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଚାନ୍ଦବାଲିର ମା’ କାଳୀ ମନ୍ଦିର ନିକଟରୁ ପ୍ରତାପ ଧଳ ତାଙ୍କ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବିଜୁ ସ୍ମୃତି ଭବନରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ବିଜେଡ଼ି ଦଳ ପକ୍ଷରୁ ତାଙ୍କୁ ସ୍ବାଗତ କରାଯିବା ସହ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ସାଂସଦ ମୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ ପ୍ରମୁଖ ପ୍ରତାପ ଧଳଙ୍କ ସହ ଅନ୍ୟ ଛାମୁଆ ନେତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଥିଲେ ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021