Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ନାମାଙ୍କନ : କେନ୍ଦ୍ରାପଡାରେ ଶଶିଭୁଷଣଙ୍କୁ ବିରୋଧ କଲେ କିଶୋର ତରାଇ, ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କଲେ ସିପ୍ରା ମଲ୍ଲିକ

9/04/2019 at 7:08 PM

ଏପ୍ରିଲ୍‌ ୨୯ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଛି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ମୟୂରଭଂଜ, ଭଦ୍ରକ, ଯାଜପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଆଜି କେଉଁଠି କେଉଁନେତା ନୋମିନେସନ କରିଛନ୍ତି ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା । …..

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ନାମାଙ୍କନ । ଶେଷ ଦିନରେ ବିଭିନ୍ନ ସ୍ଥାନରେ ବହୁ ହେଭିଓ୍ବେଟ୍‌ ସେମାନଙ୍କ ନୋମିନେସନ ଫାଇଲ୍‌ କରିଛନ୍ତି । କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଶେଷ ମୁହୂର୍ତ୍ତରେ ବିଜେଡି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଟିକେଟ୍‌ ଦେବା ପରେ ଆଜି ଶଶୀଙ୍କ ସମେତ କେନ୍ଦ୍ରାପଡ଼ାରେ ବିଜେଡିର ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଦଳୀୟ ସମର୍ଥକଙ୍କ ସହ ଶୋଭାଯାତ୍ରା ଯାଇ ନାମାଙ୍କନ ଦାଖଲ କରିଛନ୍ତି  ।

ତେବେ ଏହି ସମୟରେ କେନ୍ଦ୍ରାପଡ଼ା ବିଧାୟକ ତଥା ବିଜେଡି ଟିକେଟ୍‌ ଆଶାୟୀ କିଶୋର ତରାଇ, ସିପ୍ରା ମଲ୍ଲିକ ପ୍ରମୁଖ ଶଶୀଙ୍କ ପ୍ରାର୍ଥୀତ୍ବକୁ ନେଇ ନିଜର ଅସନ୍ତୁଷ୍ଟ ଜାହିର କରିଥିବା ଦେଖିବାକୁ ମିଳିଥିଲା ।  ଏମିତିକି ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ । ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ନାହିଁ ବୋଲି କହିଛନ୍ତି ।

ଆଳି ବିଧାନସଭା ଆସନରେ ନିଜ ସମର୍ଥକଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା  । ପ୍ରାର୍ଥୀପତ୍ର ଦାଖଲ ଶେଷ ଦିନରେ ଆଜି ଜଗତସିଂହପୁର ବିଜେଡି ଓ କଂଗ୍ରେସରୁ ବାକି ଥିବା ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ କରିଛନ୍ତି । ଜଗତସିଂହପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଏବଂ ତିର୍ତ୍ତୋଲ ଆସନରୁ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼ାଇ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଯାଇ ଜିଲ୍ଲାପାଳଙ୍କ ଅଫିସରେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ସେପଟେ କୋରେଇ ନିର୍ବାଚନ ମଣ୍ଡଳୀରେ ବିଏସପି ପ୍ରାର୍ଥୀ ଭାବେ ନୋମିନେସନ ଫାଇଲ୍‌ କରିଛନ୍ତି କିନ୍ନର କାଜଲ ନାୟକ ।

ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରାଣୀ ମନୋଜା ମଞ୍ଜରୀ ଦେବୀ ଆଜି ତାଙ୍କ ବଡ଼ ପଟୁଆରରେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି । ମନୋଜାଙ୍କୁ ଟିକେଟ୍‌ ଦେବା ପରେ ନୀଳଗିରି କଂଗ୍ରେସରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ମୟୁରଭଞ୍ଜ ଜିଲ୍ଲାରେ ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ବାସନ୍ତୀ ମାରାଣ୍ଡି, ଜେଏମଏମ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ ନାମାଙ୍କନ କରିଛନ୍ତି । ସେହିଭଳି ସାରସକଣା ଆସନ ପାଇଁ ଜେଏମମ୍‌ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌, ବିଜେପି ପ୍ରାର୍ଥୀ ଡାକ୍ତର ବୁଢ଼ାନ୍‌ ମୁର୍ମୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ କାକଟପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ରବି ମଲ୍ଲିକ, ନିମାପଡ଼ା ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ନାୟକ ନିଜ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନୋମିନେସନ ଫାଇଲ୍‌ କରିଥିଲେ ।

ଅସନ୍ତୋଷ, ପ୍ରତିବାଦ,  ପ୍ରାର୍ଥୀ ବଦଳାବଦଳି ଭଳି ଅନେକ କସରତ ପରେ ଆଜି ଚତୁର୍ଥ ପର୍ଯ୍ୟାୟ ପାଇଁ ସରିଛି ସବୁ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା । କାଲି ପ୍ରାର୍ଥୀ ପତ୍ର ଯାଂଚ ପରେ ଫାଇନାଲ ଡିକ୍ଲାରେସନ୍‌କୁ ଅପେକ୍ଷା । ତା’ପରେ ମଇଦାନରେ ଜୋରଦାର୍‌ ପ୍ରଚାରକୁ ଓହ୍ଲାଇବେ ପ୍ରାର୍ଥୀ

   Related Posts