ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଏବଂ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି : ହେବ ଏହି ମାରାତ୍ମକ ରୋଗ,ଜାଣନ୍ତୁ

Published By : Prameya-News7 Bureau | May 10, 2019 IST

ଆଜିକାଲି ଲୋକେ ଅଧିକାଂଶ ସମୟ କମ୍ପ୍ୟୁଟର ଏବଂ ମୋବାଇଲ ବ୍ୟବହାର କରୁଛନ୍ତି। ଲୋକେ ଘଣ୍ଟା ଘଣ୍ଟା ଧରି ଏଥିରେ ବୁଡ଼ି ରହୁଛନ୍ତି। କିନ୍ତୁ ସେମାନେ ଏଥିଯୋଗୁଁ ହେଉଥିବା ମାରାତ୍ମକ ରୋଗ ବିଷୟରେ ଜାଣିନାହାନ୍ତି। କମ୍ପ୍ୟୁଟର ଏବଂ ମୋବାଇଲ୍ ଅଧିକ ବ୍ୟବହାର କରିବା ଫଳରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେବାର ଆଶଙ୍କା ବଢ଼ିଯାଇଥାଏ। ବେକକୁ ନୁଆଁଇ ଦୀର୍ଘ ସମୟ ଧରି ମୋବାଇଲ୍ ବ୍ୟବହାର କରିବା ଫଳରେ ଟେକ୍ସଟ ନେକ୍ ନାମକ ରୋଗ ହୋଇଥାଏ। ଯଦି ବେକର ଚଳନ ଠିକ୍ ଭାବରେ ହୋଇନଥାଏ ତେବେ ଅନେକ ସମସ୍ୟା ହୋଇଥାଏ। ଏହି ଟେକ୍ସଟ ନେକ୍ ନାମକ ରୋଗରେ ସ୍ପାଇନ୍ ୪ସେମି ଯାଏଁ ନଇଁଯାଇଥାଏ। ଏହା ସହିତ ସର୍ଭାଇକାଲ ସ୍ପାଇନ୍ ଅର୍ଥାତ୍ ବେକର ହାଡ଼ରେ ସ୍ଥାୟୀ ଭାବେ କ୍ଷତି ପହଞ୍ଚିଥାଏ ଯାହା ଫଳରେ ସାରା ଜୀବନ ବେକରେ ଯନ୍ତ୍ରଣା ଅନୁଭବ କରିବାକୁ ପଡ଼ିଥାଏ।

{"id":110475,"width":589,"height":418}

ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୧୪ରୁ ୪୪ବର୍ଷ ବୟସର ପାଖାପାଖି ୭୯ପ୍ରତିଶତ ବ୍ୟକ୍ତିମାନେ କେବଳ ଜଗିଥିବା ସମୟର ୨ଘଣ୍ଟାକୁ ଛାଡ଼ିଦେଲେ ସବୁ ସମୟ ମୋବାଇଲ୍ ବ୍ୟବହାର କରନ୍ତି। ଟେକ୍ସଟ ନେକ୍ ଏକ ଏପରି ରୋଗ ଯେଉଁଥିରେ ବେକ ଆଗ ଆଡ଼କୁ ନଇଁଯାଇଥାଏ। ଏଥିରେ ବେକର ହାଡ଼ରେ ପରିବର୍ତ୍ତନ ହେବା ଯୋଗୁଁ କ୍ଷତି ପହଞ୍ଚିଥାଏ।

{"id":110476,"width":594,"height":377}

ଏହି ରୋଗରେ ହାଡ଼ ଘଷି ହୋଇଯାଇଥାଏ,ଯାହା ଫଳରେ ରୋଗୀଙ୍କ ମୁଣ୍ଡ,ବେକ,କାନ୍ଧ ଏବଂ ପିଠିରେ ଯନ୍ତ୍ରଣା ହୋଇଥାଏ। ଏହି ଅଙ୍ଗଗୁଡ଼ିକର ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଇଥାଏ। ଏହି ରୋଗ ହେଲେ ରୋଗୀର ପିଠି ଉପର ସ୍ଥାନରେ ଭୀଷଣ ଯନ୍ତ୍ରଣା ହୋଇଥାଏ।

{"id":110477,"width":593,"height":370}

ଏଥିରୁ ବର୍ତ୍ତିବା ପାଇଁ ଯେତେ ସମ୍ଭବ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଟ୍ୟାବଲେଟକୁ ନିଜ ଆଖି ସାମ୍ନାରେ ରଖନ୍ତୁ। ବ୍ୟବହାର କରିବା ସମୟରେ ଶରୀରରେ ଯନ୍ତ୍ରଣା ଅନୁଭବ କଲେ ନିଜର ବସିବା ଭଙ୍ଗୀ ବଦଳାନ୍ତୁ।

{"id":110478,"width":596,"height":372}

କମ୍ପ୍ୟୁଟର ଏବଂ ଲାପଟପ୍ ବ୍ୟବହାର କରିବା ସମୟରେ ମଝିରେ ମଝିରେ ବିରତି ନେବା ଆବଶ୍ୟକ।

{"id":110479,"width":594,"height":395}

କମ୍ପ୍ୟୁଟର ଏବଂ ଲାପଟପରେ କାମ କରିବା ବେଳେ ଟେବୁଲ ଏବଂ ଚେୟାରର ଉଚ୍ଚତା ଠିକ୍ ରଖନ୍ତୁ ଯାହା ଫଳରେ ଅଣ୍ଟା ସିଧା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.