୨୨ ଟି ରାଜ୍ୟରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ଆଶଙ୍କା କଲା ଭାରତୀୟ ପାଣିପାଗ ବିଭାଗ
8/09/2018 at 12:13 PM

ନୂଆଦିଲ୍ଲୀ ୮|୯: ଦେଶରେ ପୁଣି ଥରେ କେରଳ ପରି ପ୍ରବଳ ବର୍ଷାର ହେବାର ଆଶଙ୍କା ରହିଛି । ୨୨ ଟି ରାଜ୍ୟରେ ପ୍ରବଳ ଝଡ଼ତୋଫାନ ହେବା ସହ ବର୍ଷାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ବି ରହିଛି । ଏନଡିଏମଏ ଏନେଇ ସତର୍କ କରିଛି । ପାଣିପାଗ ବିଭାଗ ଅନୁସାରେ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଆସାମ, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଚଣ୍ଡିଗଡ଼, ମିଜୋରାମ, ତ୍ରିପୁରା, ଦିଲ୍ଲୀ, ହିମାଚଳ, ପୂର୍ବ ରାଜସ୍ଥାନ, ତେଲେଙ୍ଗାନା ଆଦି ରାଜ୍ୟରେ ପ୍ରବଳ ବର୍ଷା ସହ ଝଡ଼ତୋଫାନର ଆଶଙ୍କା ରହିଛି ।