ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

Published By : Prameya-News7 Bureau | September 21, 2020 IST

ଭୁବନେଶ୍ବର୨୧/୯:ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଲଘୁଚାପରୁ ଓ୍ବେଲ ମାର୍କ 'ଲୋ' ପ୍ରେସର ହେବା ପରେ ରାଜ୍ୟର ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୁର୍ବାନୁମାନ ଲଗାଇଲା ପାଣିପାଗ ବିଭାଗ।ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳ ଏବଂ ତତ୍‌‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇଛି । ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ଉପକୂଳରେ ଅବସ୍ଥିତ ରହିଛି।

ଏଥିସହ ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ପ୍ରବାହ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ବ୍ୟାପିଛି। ଏହା ଆଗାମୀ ୨-୩ ଦିନ ମଧ୍ୟରେ ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗୀର ପ୍ରଭୃତି ୫ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା  ଥିବା  ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ଗତ କିଛି ଦିନ ହେଲା ରାଜ୍ୟର ବନ୍ୟା ପରିସ୍ଥିତି ଦେଖା ଦେଇଥିଲା।ବନ୍ୟା ଯୋଗୁଁ  ଧାନ, ପନି ପରିବା, ଚାଷୀ କ୍ଷତି ଗ୍ରସ୍ତ ହୋଇଛି। ବନ୍ୟା ଯୋଗୁଁ ନିଜର ମେରୁଦଣ୍ଡ ସଳଖ  କରିପାର ନଥିବା  ଚାଷୀ   ସମ୍ଭାବ୍ୟ ଲଘୁଚାପ ବର୍ଷା ନେଇ  ଏବେ ଚିନ୍ତାରେ । ଲଗାଣ ବର୍ଷା  ଫଳରେ ଭୂ-ସ୍ଖଳନ, ଅକସ୍ମାତ୍‌ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଭଳି ଦୁର୍ବିପାକର ଆଶଙ୍କା ରହିଛି। ଏଥିପାଇଁ ଜିଲ୍ଲାପଳ ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର।

ଏହାସହ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। କଳାହାଣ୍ଡି, ମାଲକାନଗିରି, କୋରାପୁଟ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୯୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛିସେହିଭଳି ଟିଟଲାଗଡରେ ୫୬.୪, ଭୁବନେଶ୍ବରରେ ୪୩.୫, ଅନୁଗୋଳରେ ୪୪.୬  ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.