ଟିଟିଲାଗଡ଼ ପାଲଟିଲା ତତଲାଗଡ଼ : ଦିନକରେ ୧.୫ଡିଗ୍ରି ବଢ଼ିଲା ପାରଦ

Published By : Prameya-News7 Bureau | April 14, 2019 IST

ବଲାଙ୍ଗୀର ୧୪/୪: ଟିଟିଲାଗଡ଼ ପାଲଟିଲା ତତଲାଗଡ଼ । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ବଢ଼ିଥିଲେ ହେଁ ଟିଟିଲାଗଡ଼ରେ ପାରଦ ଦିନକରେ ହଠାତ୍  ୧.୫ଡିଗ୍ରି ବଢ଼ି ଯାଇଛି । ସାରା ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିବା ବେଳେ ୯ସହରରେ ପାରଦ ୪୦ଡିଗ୍ରି ଉପରେ ରହୁଛି । ପାରାଦୀପ, ଗୋପାଳପୁର, ପୁରୀକୁ ଛାଡ଼ି ସବୁ ସହରରେ ପାରଦ ୩୫ଡିଗ୍ରି ଉପରେ ରହିଛି । ଆସନ୍ତା ଚାରିରୁ ପାଞ୍ଚ ଦିନ ଅଧିକ ଖରା ବଢିବ ।

୧୮ତାରିଖ ପର୍ଯ୍ୟନ୍ତ ଖରାରୁ ତ୍ରାହି ମିଳିବନି । ସାରା ରାଜ୍ୟରେ ଉତ୍ତପ୍ତ ପବନ ସହ ଝାଞ୍ଜି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦିନରେ ପ୍ରବଳ ଖରା ହେଲେ ବି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ । ପ୍ରବଳ ଘଡ଼ଘଡ଼ି ସହ ୪୦ରୁ ୫୦କିମି ବେଗରେ ପବନ ବି ବହିପାରେ । ବିଶେଷକରି ରାୟଗଡ଼ା, କୋରାପୁଟ, ଗଜପତି, କନ୍ଧମାଳ, ଝାରସୁଗୁଡ଼ା,ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.