ହିମାଚଳରେ ୮ଟି ଜିଲ୍ଲାରେ ଆଲର୍ଟ ଜାରି: ଅଟଳ ଟନେଲରେ ଭୀଷଣ ତୁଷାରପାତ, ଲେହ-ମନାଲି ରାଜପଥ ବନ୍ଦ

Published By : Prameya-News7 Bureau | November 25, 2020 IST

ଶିମଲା ୨୫/୧୧ : ହିମାଚଳ ପ୍ରଦେଶର ଉଚ୍ଚତମ ସ୍ଥାନରେ ତୁଷାରପାତ ଜାରି ରହିଛି। ବୁଧବାର ଦିନ ୮ଟି ଜିଲ୍ଲାରେ ବର୍ଷା ଓ ଭାରି ତୁଷାରପାତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ରାତିରେ ଶିମଲା, ମନାଲି ସମେତ ଉଚ୍ଚତମ ଅଞ୍ଚଳରେ ତୁଷାରପାତ ହୋଇଛି। ମନାଲିରେ ଅଟଳ ଟନେଲରେ ନର୍ଥ ପୋର୍ଟାଲରେ ବହୁ ମାତ୍ରାରେ ତୁଷାରପାତ ହୋଇଥିବାରୁ ଲେହ-ମନାଲି ରାଜପଥ ବନ୍ଦ ହୋଇଯାଇଛି। ଅଟଳ ଟନେଲ ଆଗକୁ ଯାନବାହାନ ଯିବାକୁ ଦିଆଯାଉନି। ଲୋହୌଲ ସ୍ପିତି ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି।

{"id":367388,"sizeSlug":"large"}

କୁଲ୍ଲୁ ଓ ଲୋହୌଲର ଉଚ୍ଚତମ ସ୍ଥାନରେ ମଙ୍ଗଳବାର ଠାରୁ ଲଗାତାର ତୁଷାରପାତ ଜାରି ରହିଛି। ଶିମଲା, ମନାଲି, ଭୁଂତରରେ ବର୍ଷା ମଧ୍ୟ ହୋଇଛି। ହିମାଚଳ ପ୍ରଦେଶ ମଧ୍ୟ ଓ ଉଚ୍ଚ ପାର୍ବତୀୟ ୮ଟି ଜିଲ୍ଲାରେ ବୁଧବାର ଦିନ ଭୀଷଣ ବର୍ଷା ଓ ତୁଷାରପାତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୬ ଡିଗ୍ରୀ ତଳକୁ ରେକର୍ଡ ହୋଇଛି।

{"id":367390,"sizeSlug":"large"}

ପାଣିପାଗ ବିଭାଗ ଅନୁସାରେ, ନଭେମ୍ବର ୨୬ ତାରିଖ ଯାଏଁ ସାରା ରାଜ୍ୟରେ ପାଣିପାଗ ଭଲ ରହିବନାହିଁ ବୋଲି ପୂର୍ବାନୁମାନ କରାଯାଇଛି। ୨୭ ତାରିଖରୁ ତାପମାତ୍ରା କିଛି ମାତ୍ରାରେ ବଢିବାର ସମ୍ଭାବନା ରହିଛି। ଲୋହୌଲ-ସ୍ପିତି ଓ କୁଲ୍ଲୁର ଉଚ୍ଚତମ ସ୍ଥାନରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ତୁଷାରପାତ ବୁଧବାର ଯାଏଁ ଜାରି ରହିଛି। ତଳିଆ ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଛି।

ଲୋହୌଲ ଘାଟି ସହ କୁଲ୍ଲୁ ଜିଲ୍ଲାର ପାର୍ବତୀ ଘାଟି, ବିଜଲୀ ମହାଦେବ, ମଲାଣା, ଲାଗଘାଟି, ମନାଲି, ବଂଜାରର ଉପରିଆ ଅଞ୍ଚଳରେ ତୁଷାରପାତ ପରେ ଶୀତର ପ୍ରକୋପ ବଢିଯାଇଛି।  

{"id":367391,"sizeSlug":"large"}

ମଙ୍ଗଳବାର ଦିନ କାଙ୍ଗଡାରେ ସର୍ବାଧିକ ତାପମାତ୍ରା ୨୧.୬ ଡିଗ୍ରୀ, ଉନାରେ ୨୧.୦ ଡିଗ୍ରୀ, ବିଳାସପୁରରେ ୧୯.୫ ଡିଗ୍ରୀ, ହମିରପୁର-ନାହନରେ ୧୯.୨ ଡିଗ୍ରୀ, ସୋଲନରେ ୧୮.୬ ଡିସଗୃ, ସୁନ୍ଦରନଗରରେ ୧୮.୧ ଡିଗ୍ରୀ, ଚମ୍ବାରେ ୧୭.୮ ଡିଗ୍ରୀ, ମଣ୍ଡିରେ ୧୭.୩ ଡିଗ୍ରୀ, ଧର୍ମଶାଳାରେ ୧୩.୪ ଡିଗ୍ରୀ, ଶିମଲାରେ ୧୨.୨ ଡିଗ୍ରୀ, ଭୁଂତାରରେ ୧୧.୩ କଳ୍ପାରେ ୨.୪ ଡିଗ୍ରୀ, କେଲାଙ୍ଗରେ ମାଇନ୍ସ ୦.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.