Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଖଲ୍ଲିକୋଟ କ୍ଳଷ୍ଟର ବିଶ୍ବବିଦ୍ୟାଳୟକୁ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପାଇଁ ଯୋଜନା: ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

17/07/2019 at 5:29 PM

ବ୍ରହ୍ମପୁର୧୭|୭: ଖଲ୍ଲିକୋଟ୍ କ୍ଳଷ୍ଟର ବିଶ୍ବବିଦ୍ୟାଳୟକୁ ଏକ ଘରୋଇ କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଖବରକୁ ନେଇ ଚର୍ଚ୍ଚା, ସମାଲୋଚନା ଏବେ ଆନ୍ଦୋଳନର ରୂପ ନେବାକୁଯାଉଛି । ବର୍ତ୍ତମାନ ଖଲିକୋଟ କଲେଜ କ୍ୟାମ୍ପସରେ ଚାଲିଛି ଖଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ । ତେବେ ସୁପରିଚାଳନା ଏବଂ ଉପଯୁକ୍ତ ଶୈକ୍ଷିକ ବାତାବରଣ ଆଳରେ ମାସିକ ୭ ଲକ୍ଷ ଟଙ୍କା ଭଡାରେ ଏହାକୁ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ନେବାକୁ ଯୋଜନା ହୋଇଛି । ଏହାକୁ ବୁଦ୍ଧିଜୀବୀ ମହଲ ସହ ଡିଏସଓ ମଧ୍ୟ ବିରୋଧ କରୁଛି । ସେପଟେ ବିଶ୍ବବିଦ୍ୟାଳୟ ପାଇଁ ସ୍ଥାୟୀ କୋଠା ନିର୍ମାଣରେ ବିଳମ୍ବ ନେଇ ମଧ୍ୟ ପ୍ରତିକ୍ରିୟା ।  କୋଠା ନିର୍ମାଣ ପାଇଁ ଡି.ପି.ଆର୍ ପ୍ରସ୍ତୁତ ହୋଇଥିଲେ ବି ନିର୍ମାଣ ପାଇଁ  ଆଲଟମେଣ୍ଟ ଆସିନି ।

ସ୍ଥାପନର ୪ ବର୍ଷ ପରେ ବି  ବିଶ୍ବବିଦ୍ୟାଳୟର ସ୍ଥାୟୀ  କୋଠା ନିର୍ମାଣର ଭିତ୍ତି ପଡିଲାନି । ଏବେ  ମୋଟା ଅଙ୍କର ଭଡାଦେଇ ଘର ନେବାକୁ ଯୋଜନା । ଏହାକୁ ନେଇ ଏବେ ଚର୍ଚ୍ଚା ଓ ବିବାଦରେ ଖଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ। ୨୦୧୫ ମସିହାରେ ରାଜ୍ୟ ସରକାର ବ୍ରହ୍ମପୁରରେ ଖଲ୍ଲିକୋଟ୍ କ୍ଳଷ୍ଟର ବିଶ୍ବବିଦ୍ୟାଳୟ ସ୍ଥାପନ କଲେ। ଖଲିକୋଟ କ୍ୟାମ୍ପସରେ ଏହା ଆରମ୍ଭ ବି ହୋଇଥିଲା । ବିଶ୍ବବିଦ୍ୟାଳୟରେ ୧୨ଟି ବିଭାଗରେ ୧୪୪ ଛାତ୍ରଛାତ୍ରୀ ନାମ ଲେଖାଇବାର ମଂଜୁରୀ ଥିବା ବେଳେ ଗତବର୍ଷ ମାତ୍ର ୩୧ଜଣ ନାମ ଲେଖାଇଥିଲେ। ତେବେ  ତିନିଜଣ ଛାତ୍ରଛାତ୍ରୀ କୌଣସି କାରଣରୁ ଟି.ସି ନେଇ ଚାଲିଯାଇଥିବାରୁ ବର୍ତ୍ତମାନ ପଢୁଛନ୍ତି ୨୮ । ସେପଟେ ୪୨ ଅଧ୍ୟାପକ-ଆଧ୍ୟାପିକାଙ୍କ ସ୍ଥାନରେ ଅଛନ୍ତି ୩୧ ଜଣ । ଏଭଳି ପରିସ୍ଥିତିରେ ବିଶ୍ବବିଦ୍ୟାଳୟକୁ ସହରଠାରୁ ୧୨ କିଲୋମିଟର ଦୂର କନିଷି ନିକଟରେ ଥିବା ଏକ ଘରୋଇ କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର ଯୋଜନା ଚାଲିଛି । ସେଥିପାଇଁ ମାସିକ ଭଡା ଦିଆଯିବ ୭ ଲକ୍ଷ ଟଙ୍କା । ଯଥାର୍ଥ ଶୈକ୍ଷିକ ବାତାବରଣ  ପାଇଁ ଏପରି ଯୋଜନା କରାଯାଇଥିବା କୂଳପତି କହୁଥିବା ବେଳେ ତାହାକୁ  ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ।

ବିଶ୍ବବିଦ୍ୟାଳୟକୁ ଭଡାଘରକୁ ନେବା ନେଇ ଚର୍ଚ୍ଚା ବେଳେ ପି.ଜି କାଉନ୍‌ସିଲ୍ ଅଧ୍ୟକ୍ଷକଙ୍କ ପ୍ରତିକ୍ରିୟା ବେଶ୍ ଆଲୋଚନାର ବିଷୟ ହୋଇଛି । ତାଙ୍କୁ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ପ୍ରଶ୍ନ କରାଯିବା ବେଳେ, ସେ କହିବାକୁ କ୍ଷମତାପ୍ରାପ୍ତ ନୁହନ୍ତି କହିବା ସହ ଚିଡି ଯାଇଥିଲେ ସେ  । ଏପଟେ କାହିଁକି ୪ ବର୍ଷ ପରେ ବି ଖଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ଘର ନିର୍ମାଣ ହୋଇନି, ତାହା ବି ବଡ ପ୍ରଶ୍ନ । ତେବେ ବିଭାଗୀୟ ଅଧିକାରୀ ରଖିଛନ୍ତି ଜବାବ। କହିଛନ୍ତି , ବିଶ୍ବବିଦ୍ୟାଳୟ ଡି.ପି.ଆର୍ ପ୍ରସ୍ତୁତ କରାଯାଇ ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏଲୋଟ୍‌ମେଣ୍ଟ୍ ମିଳିନାହିଁ। ଏଲୋଟ୍‌ମେଣ୍ଟ୍ ମିଳିବା ପରେ ଟେଣ୍ଡର୍ ବାହାରିବ। ଟେଣ୍ଡର୍ ହେବାର ଅତିକମ୍‌ରେ ଦୁଇ ବର୍ଷ ମଧ୍ୟରେ ନୂତନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ନିର୍ମାଣ ହୋଇପାରିବ ।

ଏପଟେ ଭଡା ଘରକୁ ବ୍ରହ୍ମପୁର ଖଲ୍ଲିକୋଟ କ୍ଳଷ୍ଟର ବିଶ୍ବବିଦ୍ୟାଳୟ ସ୍ଥାନାନ୍ତର ଯୋଜନାକୁ ବିରୋଧ କରିଛି ଗଞ୍ଜାମ ଡିଏସଓ । ଗଞ୍ଜାମ ଜିଲ୍ଲା ଡି.ଏସ୍.ଓ ପକ୍ଷରୁ ଖଲ୍ଲିକୋଟ୍ କଲେଜ୍ ଫାଟକ ସମ୍ମୁଖରେ ଧାରଣା ଦିଆଯିବା ସହ, ଛାତ୍ର ଆନ୍ଦୋଳନ ଚେତାବନୀ ଦିଆଯାଇଛି । ସେପଟେ ବିଶ୍ବବିଦ୍ୟାଳୟ ସ୍ଥାନାନ୍ତର ଯୋଜନାକୁ ସଂପୂର୍ଣ୍ମ ବେଆଇନ କହି , ସେଥିରୁ ଓହରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ୧୫ ଦିନି ସମୟ ଦେଇଛି  ଭାରତୀୟ ବିକାଶ ପରିଷଦ । ନଚେତ ଆଇନର ଆଶ୍ରୟ ନେବାକୁ ଚେତାବନୀ ମଧ୍ୟ ଦେଇଛି।

ଖଲିକୋଟ କ୍ଲଷ୍ଟର ବିଶ୍ବଦ୍ୟାଳୟ ପୂର୍ଣ୍ମ କାର୍ଯ୍ୟକ୍ଷମ ହେବା ଆଗରୁ ଏପରି ବିବାଦ ନିଶ୍ଚିତ ଭାବେ ଶିକ୍ଷା ନୁଷ୍ଠାନକୁ ପ୍ରଭାବିତ କରିବ । ତେଣୁ ସରକାର ଏବଂ କର୍ତ୍ତୁପକ୍ଷ ତୁରନ୍ତ ଯଥାର୍ଥ ପଦକ୍ଷେପ ନେବା ଜରୁରି ।

   Related Posts